ଓଡ଼ିଶା

କେନ୍ଦୁଝର ଆନନ୍ଦପୁରରେ ଭୟାବହ ଅଗ୍ନିକାଣ୍ଡ, ୫ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ

ଆନନ୍ଦପୁର() କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମ୍ୟୁନିସିପାଲଟିର ୮ ନମ୍ବର ଓ୍ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଯାଇଛି । ଏହାସହିତ ୫ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ଖବର ଅନୁଯାଯୀ, ୮ ନଂ ୱାର୍ଡର ରଞ୍ଜିତା ନାଥ ରବିବାର ରାତିରେ ଏକୁଟିଆ ଘରେ ଶୋଇଥିବା ବେଳେ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା ।  ଯାହାଫଳରେ ଘର ସମସ୍ତ ଆସବାବପତ୍ର ସହ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି । ରଞ୍ଜିତା ଘରେ ପାଳିଥିବା ୫ରୁ ଅଧିକ ଛେଳି ଏବଂ କିଛି  କୁକୁଡ଼ା ମଧ୍ୟ  ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘର ସମ୍ପୁର୍ଣ୍ଣ ପୋଡ଼ି ଯିବା ପରେ ରଞ୍ଜିତା ବାସହରା ହୋଇଯାଇଛନ୍ତି , ତେଣୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com