ଓଡ଼ିଶା

ପୋଷ୍ଟାଲରେ ଚାକିରୀ ଦେବାକୁ କହି ୧ କୋଟି ଟଙ୍କାର ଠକେଇ ଅଭିଯୋଗ,ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରେ ପୋଷ୍ଟାଲରେ ଚାକିରୀ ଦେବାକୁ କହି ୧ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଆସିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖାରବେଳ ଥାନା ପୋଲିସ୍ ।

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଠାରୁ ଡ଼କ୍ୟୁମେଣ୍ଟ,ଜାଲ ସିଲ୍ ଓ ନିଯୁକ୍ତି ପତ୍ର ମଧ୍ୟ ଜବତ କରାଯାଇଛି ।

ଅନେକ ଦିନରୁ ଏହି ଠକ ସଂସ୍ଥା ଚାଲୁଥିବା ବେଳେ ବାରମ୍ବାର ଏପରି ମିଛ ପ୍ରତିଶୃତି ଦେଇ ଅନେକ ଚାକିରୀ ଆଶାର୍ଥିଙ୍କୁ ଠକି ଥିବା ଅଭିଯୋଗ ହୋଇଛି ।

ଏହି ଅଭିଯୋଗ ପରେ ପୋଲିସ୍ ଏହି ଠକ ସଂସ୍ଥା ଧରିବାକୁ ଜାଲ ବିଛାଇଥିବା ଏହିଥିରେ ସଫଳ ହୋଇଥିବା ଜଣାପଡ଼ିଛି । କମିଶନରେଟ୍ ପୋଲିସ୍ ପକ୍ଷରୁ ମଧ୍ୟ ସୁଚନା ଦିଆଯାଇଛି ଯେ ଏଭଳି ଠକ ସଂସ୍ଥା ଅନେକ ଗୁଡ଼ିଏ ଥିବା ବେଳେ ଏହା ଦ୍ୱାରା ପ୍ରଲୋଭିତ ନହେବାକୁ ।

ରାସ୍ତା କଡ଼ କାନ୍ଥରେ,ପେପର,ଟିଭି ରେ ଏହି ପରି ବିଜ୍ଞାପନ ଆସୁଥିଲେ ଏହି ଜାଲରେ ନପଡ଼ିବାକୁ କୁହାଯାଇଛି । ଆବେଦନ କରିବା ପୁର୍ବରୁ ଭଲରେ ଉକ୍ତ କମ୍ପାନୀ ବାବଦରେ ଜାଣିବା ସହ ସତର୍କ ରହିବାକୁ ଆବେଦନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com