ଓଡ଼ିଶା

ବାରବାଟୀରେ ପହଞ୍ଚିଲା ସୁପର ସପ୍ପର, ବର୍ଷା ହେଲେ ବାଧାପ୍ରାପ୍ତ ହେବନି ମ୍ୟାଚ୍‌

କଟକ: ଭାରତ ସାଉଥ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ୍‌ରେ ଏଥର କିଛି ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ । ପ୍ରଥମ କରି ଷ୍ଟାଡ଼ିୟମ୍‌ରେ ଲଗାଯାଉଛି ସୁପର ସପ୍ପର । ମ୍ୟାଚ୍ ସମୟରେ ବର୍ଷା ହେଲେ ଆଉ ଡ଼ର ରହିବନାହିଁ କିମ୍ବା ମ୍ୟାଚ୍ ବାଧାପ୍ରାପ୍ତ ହେବ ନାହିଁ । ବର୍ଷା ଯୋଗୁଁ ପଡିଆରେ ପାଣି ଜମି ରହିବା ସ୍ଥିତି ସୃଷ୍ଟି ହେଲେ ଅତି କମ୍ ସମୟରେ ଜଳ ନିଷ୍କାସନ କରାଯାଇପାରିବ । ଅଷ୍ଟ୍ରେଲିଆରୁ ସ୍ବତନ୍ତ୍ର ଭାବେ ଏହି ସୁପର ସପ୍ପରକୁ ବାରବାଟୀକୁ ଅଣାଯାଇଛି। ଅଷ୍ଟ୍ରେଲିଆର ସୋଖି କମ୍ପାନୀ ଏହି ସୁପର ସପ୍ପର ତିଆରି କରିଛି। ଓସିଏ କର୍ତ୍ତୃପକ୍ଷ ୪୬ଲକ୍ଷ ଟଙ୍କା ଦେଇ ଏହି ସୁପର ସପ୍ପରକୁ ଆଣିଛନ୍ତି । ଏହି ସୁପର ସପ୍ପରର କ୍ଷମତା ୩ ଶହ ଲିଟର। ଏହି ୩ଶହ ଲିଟର ନିଷ୍କାସନ ପାଇଁ ସୁପର ସପ୍ପର ମାତ୍ର ୨୭ସେକେଣ୍ଡ ସମୟ ନିଏ। ଶୁକ୍ରବାର ବାରବାଟୀରେ ଏହି ସୁପର ସପ୍ପରର ଟ୍ରାଏଲ କରାଯାଇଛି। ସୋଖି କମ୍ପାନୀର ଅଧିକାରୀମାନେ ବାରବାଟୀରେ ସୁପର ସପ୍ପରର ଟ୍ରାଏଲ କରିଛନ୍ତି।ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଇଡ଼େନ୍ ଗାର୍ଡ଼େନରୁ ସ୍ୱତନ୍ତ୍ର ଭାବେ ୨୫ ଜଣ କୁଶଳୀ ବ୍ୟକ୍ତିଙ୍କୁ ଅଣାଯାଇଛି । ଏମାନେ ମ୍ୟାଚ୍ ସମୟରେ ୩ ଦିନ ବାରବାଟୀରେ ଉପସ୍ଥିତ ରହି କାର‌୍ୟ୍ୟ ତଦାରଖ କରିବେ । ଏହା ଛଡ଼ା ଏଥର ବାରବାଟୀରେ ପ୍ରଥମ କରି ଏଲଇଡ଼ି ଫ୍ଲଡ଼ ଲାଇଟ୍ ଲଗାଯାଉଛି । ଏହା ଲକ୍ସ ମିଟର ଲେବଲ୍ କୌଶଳ ଆଧାରରେ କାର୍ଯ୍ୟକରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com