ବିଜ୍ଞାନ ଓ ପ୍ରଯୁକ୍ତି

ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ଅନୁସାରେ ସୋମବାର ସପ୍ତାହର ସବୁଠାରୁ ଖରାପ ଦିନ

ଭୁବନେଶ୍ୱର, ୧୮ /୧୦/୨୦୨୨-   ସପ୍ତାହରେ କେଉଁ ଦିନ ଲୋକ ବେଶୀ ଅଳସୁଆ ଅନୁଭବ କରନ୍ତି । ଏନେଇ ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସୋମବାରକୁ ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଶନିବାର ଏବଂ ରବିବାର ପରେ ଆସେ ସୋମବାର । ଅର୍ଥାତ୍ ଦୁଇଟି ଛୁଟି ପରେ ଲୋକମାନେ ଅଫିସ୍ କିମ୍ବା ଅନ୍ୟାନ୍ୟ କାମ କରିବାକୁ ଅଳସୁଆ ଅନୁଭବ କରନ୍ତି । ତେଣୁ ଏପରି କୁହାଯାଇଛି । ଏହାପରେ ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡର ଏହି ସମ୍ପର୍କିତ ଟ୍ୱିଟ୍‌କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗିନିଜ ୱାର୍ଲ୍ଡ ରେକର୍ଡ ଟ୍ୱିଟ୍ କରିବା ପରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି , ବହୁ ଡେରିରେ ଏହି ଘୋଷଣା କରାଯାଇଛି ।

ଆଉ ଏହାରରେ ଉତ୍ତରରେ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଲେଖାଯାଇଛି, ସମ୍ପୂର୍ଣ୍ଣ ଠିକ୍‌ କଥା । କେବଳ ଏତିକି ନୁହେଁ, ଅନେକ ଥର ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଲେଖିଛନ୍ତି ଯେ ସୋମବାର ସବୁଠାରୁ ଖରାପ ଦିନ । ଗିନିଜ ୱାର୍ଲ୍ଡ ରେକର୍ଡର ଟ୍ୱିଟର ହ୍ୟାଣ୍ଡେଲରେ ୪ ଲକ୍ଷ ୬୪ ହଜାର ଫଲୋଅର୍ସ ଅଛନ୍ତି । ଏହି ଟ୍ୱିଟକୁ ୪ ଲକ୍ଷ ଲୋକ ଲାଇକ୍‌ କରିବା ସହ ଏହାକୁ ୭୭ ହଜାର ଲୋକ ରିଟ୍ୱିଟ କରିଛନ୍ତି । ସେହିପରି ଆଉ କିଛି ୟୁଜର ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । କିଏ ମଙ୍ଗଳବାର ତ କିଏ ବୁଧବାର ବୋଲି କହିଛି । ସପ୍ତାହର ଖରାପ ଦିନକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com