ଓଡ଼ିଶା

ପୁରୀ ଏମାର ମଠରୁ ମିଳିଲାନି ଗୁପ୍ତଧନ : ପୂର୍ବରୁ ୪୫ଖଣ୍ଡ ରୂପା ଇଟା ମିଳିଥିଲା

ପୁରୀ : ପୁରୀ ଏମାର ମଠରୁ ମିଳିଲାନି ଗୁପ୍ତଧନ ଖନନ ପରେ କିଛି ମିଳିନି ପୁରୀର ପୁରାତନ ବିତ୍ତଶାଳୀ ଏମାରମଠରେ ଅନେକ ଗୁପ୍ତଧନ ଥିବା ନେଇ ସନ୍ଦେହକୁ ଦୂରୀଭୂତ କରିବାକୁ ଯାଇ ମଠ ପରିସରରେ ପୂର୍ବରୁ ଚିହ୍ନଟ ହୋଇଥିବା ତିନୋଟି ସ୍ଥାନରେ ଆଜି ଖନନ କରାଯାଇଥିବା ବେଳେ ସେଭଳି କୌଣସି ଧନ ନଥିବା ସ୍ପଷ୍ଟ ହୋଇଛି | ଦେବୋତ୍ତର ବିଭାଗ, ପ୍ରଶାସନିକ ଅଧିକାରୀ, ପୋଲିସ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ବାରା ପୁଣି ଯାଞ୍ଚ କରାଯାଇ ଚଟାଣକୁ ଖୋଳାଯାଇ କେବଳ ଲୌହ ଜାତ ଧାତବ ପଦାର୍ଥ ମିଳିଥିବାରୁ ଯାଞ୍ଚ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା

ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଏହି ବହୁ ପୁରାତନ ମଠର ପୁନଃରୁଦ୍ଧାର କରାଯିବା ସହ ଏହାର ପୂର୍ବ ଗାରିମା ଫେରାଇବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି |

୨୦୧୧ ମସିହାରେ ମଠରୁ ୫୨୨ ପରବର୍ତ୍ତୀ ସମୟରେ ଏପ୍ରିଲ ୨୦୨୧ରେ ମଠ ପରିସରରୁ ୪୫ଖଣ୍ଡ ରୂପା ଇଟା ମିଳିଥିଲା ଏହାପରେ ମଠରେ ଆହୁରି ବହୁ ଗୁପ୍ତଧନ ରହିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଏନେଇ ନୂତନ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗତ ୧୬ ସେପ୍ଟେମ୍ବର ୨୦୨୧ରେ ମେଟାଲ  ଡିଟେକ୍ଟର ସାହାଯ୍ୟରେ ବିଭିନ୍ନ ସ୍ଥାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ତିନୋଟି ସ୍ଥାନରେ ଗୁପ୍ତଧନ ଥିବା ନେଇ ସନ୍ଦେହ ସୃଷ୍ଟି ହେବାରୁ ଚିହ୍ନଟ କରାଯାଇଥିଲା ଚିହ୍ନଟ ହୋଇଥିବା ସେହି ସ୍ଥାନକୁ ଆଜି ଟ୍ରଷ୍ଟ ବୋର୍ଡ ସଦସ୍ୟ, ପ୍ରଶାସନିକ ଅଧିକାରୀ ପୋଲିସଙ୍କ ଉପସ୍ଥିତିରେ ଖନନ କରାଯାଇଥିବା ବେଳେ ସେଭଳି କୌଣସି ମୂଲ୍ୟବାନ ସାମଗ୍ରୀ ମିଳିନଥିବା ଜଣାପଡିଛି |

Related Articles

Back to top button
WP Twitter Auto Publish Powered By : XYZScripts.com