ଓଡ଼ିଶା

୭ରୁ ପୂର୍ଣ୍ଣ କ୍ଷମତାରେ ଚାଲିବ ହାଇକୋର୍ଟ, ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡରେ ହେବ ଶୁଣାଣି

କଟକ () ଫେଵୃଆରୀ ୭ ତାରିଖରୁ ହାଇବ୍ରିଡ଼ ମୋଡ଼ରେ ଚାଲିବ ଓଡିଶା ହାଇକୋର୍ଟ। ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ଼ରେ କୋର୍ଟ କାମ ଚାଲିବ। ଏ ନେଇ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ କର୍ତ୍ତୃପକ୍ଷ । ୭ତାରିଖରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟର ଶୁଣାଣି ଜାରି ରହିବ ।

ସୂଚନାଯୋଗ୍ୟ, ଜାନୁଆରୀ ୧୦ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ କେବଳ ଭିଡିଓ କନଫରେନସିଂରେ ହାଇକୋର୍ଟରେ ମାମଲାର ଶୁଣାଣି ହେଉଥିଲା।

ଏହା ସହ କୋଭିଡ କଟକଣା ଯୋଗୁଁ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା ହାଇକୋର୍ଟ । ଏବେ କିନ୍ତୁ ସଂପୂର୍ଣ୍ଣ କର୍ମଚାରୀ ହାଇକୋର୍ଟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com