ଓଡ଼ିଶା
ଭୁବନେଶ୍ୱର ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ, ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ
![](https://i0.wp.com/odia.mobilenews24x7.com/wp-content/uploads/2022/02/raid.jpg?resize=624%2C348&ssl=1)
ଭୁବନେଶ୍ୱର() ନିଶା ବେପାରୀଙ୍କ ଘରେ କମିଶନରେଟ ପୋଲିସର ରେଡ୍ । ଭୁବନେଶ୍ୱର ସାଲିଆ ସାହିରେ ଚଢାଉ ହୋଇଛି। ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି ପୋଲିସ। ବିପୁଳ ଦେଶୀ ମଦ ଜବତ କରାଯାଇଛି। ସହିଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ପୋଲିସର ମିଳିତ ଚଢାଉ। ଚଢାଉରେ ସାମିଲ ଅଛନ୍ତି ୩ ପ୍ଲାଟୁନ ପୋଲିସ ଫୋର୍ସ । ମଦ ତିଆରିରେ ବ୍ୟବହୃତ ସାମଗ୍ରୀକୁ ଭାଙ୍ଗିଲା ପୋଲିସ । ୧୫ରୁ ଅଧିକ ଦେଶୀ ମଦ କାରଖାନା ଠାବ। ୫ରୁ ଅଧିକ ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି କମିଶନରେଟ୍ ପୋଲିସ। ୩ ଟ୍ରକ ସାମଗ୍ରୀ ହାଣ୍ଡି, ପ୍ଲାଷ୍ଟିକ ବାଲ୍ଟିକୁ ନଷ୍ଟ କରିଛି ପୋଲିସ।