ଓଡ଼ିଶା

ସାଇକେଲ ନେଇ ପ୍ରଚାର କରୁଛନ୍ତି ସ୍ୱାମୀ – ସ୍ତ୍ରୀ, ସ୍ୱାମୀ ସମିତି ସଭ୍ୟ ଓ ସ୍ତ୍ରୀ ସରପଞ୍ଚ

ଆନନ୍ଦପୁର : ସ୍ୱାମୀ ସମିତି ସଭ୍ୟ ପ୍ରାର୍ଥୀ, ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ । ସାଇକେଲରେ ବୁଲିବୁଲି ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ସ୍ୱାମୀ ଓ ସ୍ତ୍ରୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ନିଆରା ପ୍ରଚାର ।

ଖବର ଅନୁଯାୟୀ,  ସ୍ବାମୀ- ସ୍ତ୍ରୀ  ସାଇକେଲ ଯୋଗେ ଗାଁ ଗାଁ ବୁଲି ଭୋଟ ପ୍ରଚାର ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଦିନ ୧୦ଟା ବାଜିଲେ ଭୋଟ ପ୍ରଚାର ପାଇଁ ସାଇକେଲ ଧରି ବାହାରି ଯାଉଛନ୍ତି ସ୍ବାମୀ ସ୍ତ୍ରୀ । ପଞ୍ଚାୟତ ଅଧିନରେ ଥିବା ୧୦ ଟି ଓ୍ବାର୍ଡ,  ୭ଖଣ୍ଡ ଗାଁ ବୁଲି ପ୍ରଚାର କରୁଛନ୍ତି ।

ସ୍ବାମୀ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ  ସ୍ତ୍ରୀ ସରପଞ୍ଚ ପ୍ରାର୍ଥି ହୋଇ ନିଜ ପଞ୍ଚାୟତରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚାଳ ଛପର ଘରେ ରହୁଥିବା ସ୍ୱାମୀ ଅର୍ଥ ଅଭାବରୁ ନିଜ ନିଜ ଚିହ୍ନର ମାତ୍ର ଗୋଟିଏ ପୋଷ୍ଟର କରିଛନ୍ତି । ତାହାକୁ ସାଇକେଲ ଆଗରେ ରଖି ଭୋଟରଙ୍କୁ ନିଜ ସପକ୍ଷରେ ମତଦାନ ପାଇଁ ନିବେଦନ କରୁଛନ୍ତି । ପଞ୍ଚାୟତରେ ଏଥର ସେମାନଙ୍କ ବିପକ୍ଷରେ କେତେକ ଥିଲାବାଲା ଓ ରାଜନିତିରେ ଅଭିଜ୍ଞ ପ୍ରାର୍ଥି ରହିଛନ୍ତି । ହେଲେ ସେମାନଙ୍କ ସପକ୍ଷରେ ମତଦାନ ହେବ ବୋଲି ଆଶା ରଖିଛନ୍ତି ଦମ୍ପତ୍ତି । ଭୋଟ ପାଇଁ ଟଙ୍କା କାରବାର ସୋମାନଙ୍କୁ ବ୍ୟଥିତ କରିଥିବା କହିଛନ୍ତି ।

PROMOTED CONTENT

MgidMgid

Related Articles

Back to top button
WP Twitter Auto Publish Powered By : XYZScripts.com