ଜାତୀୟ

ବିବାହ କାର୍ଡ ବାଣ୍ଟୁଥିଲେ ଯୁବତୀ, ଅପହରଣ କରି ଗଣଦୁଷ୍କର୍ମ ପରେ ବିକ୍ରି କରିଦେଲେ ଦୁର୍ବୃତ୍ତ…

ନୂଆଦିଲ୍ଲୀ:  ବିବାହ କାର୍ଡ ବାଣ୍ଟିଲା ବେଳେ ଅପହରଣ  । ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପଶୁଭଳି କଲେ ଗଣଦୁଷ୍କର୍ମ  । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଝାନସୀ ଜିଲ୍ଲାରେ ।

ଯୁବତୀଙ୍କ କହିବାନୁସାରେ, ସେ ନିଜ ବିବାହର କାର୍ଡ ବାଣ୍ଟିବା ପାଇଁ ଯାଉଥିଲେ । ତେବେ ତାଙ୍କୁ ୩ ଜଣ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ତାଙ୍କୁ ଏକ ରାଜନୈତିକ ଦଳର ନେତାଙ୍କ ପାଖକୁ ନେଇଥିଲା । ପରେ ତାଙ୍କୁ ଦତିୟା ଜିଲ୍ଲାର ଏକ ଗ୍ରାମରେ ଅନ୍ୟଜଣଙ୍କ ସହ ରହିବାକୁ ବାଧ୍ୟ କରାଯାଇଥିଲା ।

ସେ ଆହୁରି କହିଛନ୍ତି ଯେ, ଏପ୍ରିଲ ୨୧ ତାରିଖରେ ତାଙ୍କର ବିବାହ ହୋଇଥାନ୍ତା । ଏପ୍ରିଲ ୧୮ରେ ସେ ଗାଁରେ ବିବାହ କାର୍ଡ ବାଣ୍ଟୁଥିଲେ । ସେତେବେଳେ ଗ୍ରାମର ୩ ଜଣ ଯୁବକ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ । ତାଙ୍କୁ ଦୁର୍ବୃତ୍ତମାନେ ଭିନ୍ନ ଭିନ୍ନ ସ୍ଥାନରେ ନେଇ ରଖିଥିଲେ । ପରେ ଜଣେ ନେତା ତାଙ୍କୁ ଝାନସୀରେ ରଖିଥିଲେ । ତେବେ କୌଣସିମତେ ଯୁବତୀଜଣଙ୍କ ନିଜ ପିତାଙ୍କୁ ଫୋନ କରି ସମସ୍ତ କଥା କହିଥିଲେ । ପୋଲିସ ସାହାଯ୍ୟରେ ତାଙ୍କୁ ପଥରୀ ଗ୍ରାମରୁ ଉଦ୍ଧାର କରାଯାଇଥିଲା ।

ତହରୋଲୀ ସର୍କଲ ଅଫିସର ଅନୁଜ ସିଂ କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ଆଧାରରେ ଅପହରଣ, ଦୁଷ୍କର୍ମ ଓ ବିକ୍ରି କରିବା ନେଇ ଧାରା ଲାଗିଛି । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ତାଙ୍କର ବୟାନ ରେକର୍ଡ ହୋଇଛି । ମାମଲାକୁ ଗୁରୁତର ସହ ତଦନ୍ତ କରାଯାଉଛି । ଏହାସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com