ଓଡ଼ିଶା

ସୋମବାର ମାଘ ସପ୍ତମୀ ମେଳା: ଚନ୍ଦ୍ରଭାଗାରେ ବୁଡ ପକାଇବା ମନା,କୋଭିଡ଼ କଟକଣା ଜାରି କଲା ପ୍ରଶାସନ

କୋଣାର୍କ() ରାଜ୍ୟରେ ଯଦିଓ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ଘଟୁଛି ତେବେ ଏହା ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିନାହିଁ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାଖାପାଖି ରହୁଛି । ତେଣୁ କରୋନା ପାଇଁ ଜାରି କରାଯାଇଥିବା କଟକଣାରେ ସାମାନ୍ୟ ହ୍ରାସ କରାଯାଇଥିଲେ ମଧ୍ୟ ଲୋକଙ୍କ ସମାବେଶକୁ ବାରଣ କରାଯାଇଛି । ସୋମବାର ପ୍ରସିଦ୍ଧ ଚନ୍ଦ୍ରଭାଗମେଳା ପଡୁଥିବାରୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡ଼ିଆ, ତୀର୍ଥ ପୁଷ୍କରଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ୬ ତାରିଖ ଅପରାହ୍ଣ ୪ଟାଠାରୁ ୭ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ତଥା ନୀତିକାନ୍ତି ସମ୍ପନ୍ନ ହେବାପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

ଚନ୍ଦ୍ରଭାଗାରେ ବୁଡ଼ ପକାଇବା ନିମନ୍ତେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାବେଳେ ସାମାଜିକ ଦୂରତ୍ୱ ରକ୍ଷା ନିୟମ ଉଲ୍ଲଂଘନ ତଥା କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି । ତେବେ ଏହି ସମୟ ମଧ୍ୟରେ ନୀତିକାନ୍ତି ସହିତ ଜଡ଼ିତ ସେବାୟତ, ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ୱୀକୃତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ପ୍ରବେଶ ପାଇଁ ଅନୁମତି ରହିଥିବା ନେଇ ପୁରୀ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରଶାସନ ନିର୍ଦ୍ଦେଶନାମାର ଏହି କଟକଣାକୁ କଡାକଡି ଭାବେ ପାଳନ କରିବାପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ପାଇଁ ଗତ ୨ ବର୍ଷ ହେବ କୋଣାର୍କରେ ଚନ୍ଦ୍ରଭାଗା ବୁଡ଼ ଉପରେ କଟକଣା ଜାରି କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com