ଜାତୀୟ

ୟୁକ୍ରେନ୍ ସୀମାରେ ୧ ଲକ୍ଷ ସୈନ୍ୟ ଜମା କରି ସାରିଛି ଋଷିଆ: ଆକ୍ରମଣ ହେଲେ ୫୦ ହଜାର ମୃତ୍ୟୁ ସମ୍ଭାବନା

ନୂଆଦିଲ୍ଳୀ: ଆସନ୍ତା କିଛି ସପ୍ତାହ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ଋଷ । ୟୁକ୍ରେନ ଆକ୍ରମଣ କରିବାକୁ ହେଲେ ଆବଶ୍ୟକ ଥିବା ସୈନ୍ୟ ଓ ହତିଆର ଜମା କରୁଛି ଋଷ । ୟୁକ୍ରେନ୍ ସୀମାରେ ପ୍ରାୟ ୧ ଲକ୍ଷ ସୈନ୍ୟଙ୍କୁ ନିଯୁକ୍ତ କରିଥିବାରୁ ଯେକୌଣସି ସମୟରେ ଋଷ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛି ଆମେରିକା । ଦୁଇ ଜଣ ଆମେରିକୀୟ ଅଧିକାରୀ ନିଜର ନାମ ଗୋପନ ରଖି ଏହି ସୂଚନା ପ୍ରଦାନ କରିଛନ୍ତି । ଗୁଇନ୍ଦା ସୂଚନାରୁ ଏହି ତଥ୍ୟ ମିଳିଥିବା ବେଳେ ଏହାର କୌଣସି ପ୍ରମାଣ ଦାଖଲ କରିବାରେ ସମର୍ଥ ହୋଇନାହାନ୍ତି ଦୁଇ ଅଧିକାରୀ ।

ଯଦି ଋଷ ଆକ୍ରମଣ କରେ ତେବେ ମାତ୍ର ୧-୨ ଦିନ ମଧ୍ୟରେ ହିଁ ଏହା ୟୁକ୍ରେନକୁ ନିଜ କବଜାକୁ ନେଇଯିବ । ତେବେ ଏହି ଯୁଦ୍ଧ ହେଲେ ୫୦ ହଜାର ୟୁକ୍ରେନୀୟ ନାଗରିକଙ୍କ ଜୀବନହାନି ଘଟିବ । ଏହା ସହିତ ଲକ୍ଷ ଲକ୍ଷ ଲୋକ ଆଶ୍ରୟହୀନ ହୋଇ ଘୁରି ବୁଲିବେ । ଆକ୍ରମଣ ସମ୍ଭାବନାକୁ ଋଷ ପକ୍ଷରୁ ଖଣ୍ଡନ କରାଯାଇଛି । ସାମରିକ ଅଭ୍ୟାସ ପାଇଁ ଋଷ ସେନା ମୁତୟନ କରିଛି । ତେବେ ୟୁକ୍ରେନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ଗୁଡିକ ଏହାକୁ ବିଶ୍ୱାସ କରୁନାହାନ୍ତି । ଆମେରିକା ପକ୍ଷରୁ ଅତିରିକ୍ତ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ପୂର୍ବରୁ ରେଜସୋରେ ଶନିବାର ୩୦୦୦ ସହକାରୀ ଟ୍ରୁପଙ୍କୁ ମୁତୟନ କରାଯାଇଥିଲା ।

ୟୁକ୍ରେନ୍ ପକ୍ଷରୁ ମିନ୍ସକ ପ୍ରୋଟୋକଲ ଉଲ୍ଲଂଘନ ନେଇ ଋଷ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ୟୁକ୍ରେନର ଡୋନବାସ ଅଞ୍ଚଳକୁ ଋଷିଆ ବଳପୂର୍ବକ ଅକ୍ତିଆର କରିବା ପରେ ଏକ ଆତଙ୍କୀ ସଙ୍ଗଠନକୁ ସମର୍ଥନ କରିଥିଲା । ୨୦୧୪ରେ ଋଷିଆ ସମର୍ଥନରେ ଆତଙ୍କୀ ମାନେ ୧୪ ହଜାର ୟୁକ୍ରେନ ନାଗରିକଙ୍କୁ ହତ୍ୟା କରିଥିଲେ । ଶୀତଳ ଯୁଦ୍ଧ ପୂର୍ବରୁ ୟୁକ୍ରେନ ସୋଭିଏତ ୟୁନିୟନର ଅଙ୍ଗ ରହିଥିବା ବେଳେ ଏହାକୁ ଅଲଗା କରିବାରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com