ଜାତୀୟ

ଲତା ଦିଦିଙ୍କ ସ୍ମାରକୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ

ମୁମ୍ବାଇ() ସୁରସମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେଶକର ସମସ୍ତଙ୍କୁ ଲୁହରେ ଭିଜାଇ ଆରପାରିକୁ ଚାଲି ଯାଇଛନ୍ତି। ଲତା ଦିଦି ସିନା ଚାଲି ଯାଇଛନ୍ତି, ହେଲେ ସେ ଗାଇଥିବା ଗୀତ ସାରା ଜୀବନ ପାଇଁ ସମସ୍ତଙ୍କ ହୃଦୟରେ ରହିଛି। ଏସବୁ ଭିତରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବାକୁ ଦାବି ଉଠିଛି। ଶିବାଜୀ ପାର୍କରେ ଲତା ଦିଦିଙ୍କ ସ୍ମାରକୀ ନିର୍ମାଣ କରିବାକୁ ବିଜେପି ବିଧାୟକ ରାମ କଦମ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି।

ରବିବାର ୮.୧୨ରେ ଲତା ଦିଦିଙ୍କ ଦେହାନ୍ତ ହୋଇଥିଲା। ଏହାପରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ମହାରାଷ୍ଟ୍ରର ଶିବାଜୀ ମୈଦାନ(ଶିବାଜୀ ପାର୍କ)ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପ୍ରଧାମନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମୟରେ ଉପସ୍ଥିତ ରହି କୋକିକଳ କଣ୍ଠୀ ଲତା ମଙ୍ଗସେକରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। ଉକ୍ତ ସ୍ଥାନରେ ଲତା ଦିଦିଙ୍କ ସ୍ମାରକୀ ନିର୍ମାଣ କରିବାକୁ ବିଧାୟକ ରାମ କଦମ ଅନୁରୋକ କରିଛନ୍ତି।

ସେ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଚିଠିରେ କହିଛନ୍ତି ଯେ “ଦିବଗଂତ ଭାରତ ରତ୍ନ ଲତା ଦିଦିଙ୍କ ଅନ୍ତିମ ସଂସ୍କାର ମୁମ୍ବାର ଦାଦରରେ ଥିବା ଶିବାଜୀ ମୈଦାନରେ ରାଜକୀୟ ସମ୍ମାନର ସହ ଶେଷ ହୋଇଥିବା ଆପଣ ଜାଣିଛନ୍ତି। କୋଟି କୋଟି ପ୍ରଶଂସକ, ସଂଗୀତ ପ୍ରେମୀ ଓ ଲତା ଦିଦିଙ୍କ ଶୁଭଚିନ୍ତକଙ୍କ ତରଫରୁ ମୋର ଆପଣଙ୍କୁ ଅନୁରୋଧ ଯେ ଭାରତ ରତ୍ନ ଲତା ଦିଦିଙ୍କ ସ୍ମାରକୀ ଶିବାଜୀ ପାର୍କରେ ତିଆରି କରାଯାଉ।

ସେ ଯେଉଁ ସ୍ଥାନରେ ପଞ୍ଚଭୂତରେ ବିଲୀନ ହୋଇଥିଲେ, ସେହିଠାରେ ଏହି ସ୍ମାରକୀ କାମ ଆରମ୍ଭ କରାଯାଉ। ଜନତାଙ୍କ ଏହି ଦାବିକୁ ଗ୍ରହଣ କରି ତତ୍କାଳ ସ୍ମାରକୀ ନିର୍ମାଣ କରିବାକୁ ମୁଁ ଅନୁରୋଧ କରୁଛି। ଏହି ସ୍ଥାନ ଯେମିତି ଦୁନିଆର ସବୁ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ବନିବ, ସେ ବ୍ୟବସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ ଠାକରେ କରନ୍ତୁ।”

ଚିଠିର ତଳ ଭାଗରେ ରାମ କଦମ ନିଜକୁ ବିଧାୟକ ଓ ଲତା ଦିଦିଙ୍କ ପ୍ରଶଂସକ ଭାବେ ଅବିହିତ କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com