ଓଡ଼ିଶା

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଚିଲିକା ବ୍ଲକ ଅଧକ୍ଷ

ଭୁବନେଶ୍ବର () ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟଳୟରେ ମିଶ୍ରଣ ପର୍ବ ପୂର୍ବରୁ କିଛି ମାସ ଆଗରୁ ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ପହଞ୍ଚିଥିଲେ। ପ୍ରଶାନ୍ତ ଜଗଦେଵଙ୍କ ତତ୍ତ୍ବାବଧାନରେ ଦଳୀୟ କାର୍ଯ୍ୟଳୟରେ ଏହି ମିଶ୍ରଣ ପର୍ବ ହୋଇଥିବା କୁହାଯାଉଛି। ଏହି ଅବସରରେ ପ୍ରଶାନ୍ତ ଜଗଦେଵ ତାଙ୍କ ସମର୍ଥକ ସହ ବିଜେଡି କାର୍ଯ୍ୟଳୟକୁ ଆସିଥିଲେ। ବହୁ ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଶାନ୍ତ ଜଗଦେଵ। ଆଜି ଆଜି ଚିଲିକା ବ୍ଲକ ଅଧକ୍ଷ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ବିଜେଡିର ମାରାଥନ ମିଶ୍ରଣ ପର୍ବ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହେଲେ ଚିଲିକା ବ୍ଲକ ଅଧକ୍ଷ ଝରଣା ବାରିକ। ଝରଣା ବାରିକ ଓ ତାଙ୍କ ସମର୍ଥକ ବିଜେପି ଛାଡି ବିଜେଡିରେ ମିଶିଛନ୍ତି।

ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ।।

Related Articles

Back to top button
WP Twitter Auto Publish Powered By : XYZScripts.com