ଓଡ଼ିଶା

କିନ୍ନର ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ : ସହଯୋଗ କରୁଛନ୍ତି ସାଥୀ କିନ୍ନର

ଭଦ୍ରକ : ନିର୍ବାଚନ ପ୍ରଚାର ପାଇଁ କମ୍ପୁଛି ଗାଁ ଦାଣ୍ଡ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରାର୍ଥୀ ଫୁଲ ଦମ୍ ଲଗାଇଦେଇଛନ୍ତି । ତେବେ ଭଦ୍ରକରେ ଏଥର ଜଣେ ହେଲେ ଜିଲ୍ଲା ପ୍ରାର୍ଥୀ ହୋଇଛନ୍ତି କିନ୍ନର । ଲୋକଙ୍କ ସୁଖ ଦୁଃଖର ସାଥିରେ ହେବା ସହ ଅଞ୍ଚଳର ବିକାଶ ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି କିନ୍ନର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ୨୪ ନମ୍ବର ଜୋନରୁ ପ୍ରାର୍ଥୀ ହୋଇଛନ୍ତି ଲୋଟନ ସେଠୀ ଓରଫ ସ୍ୱପ୍ନା କିନ୍ନର । ସେ ଏଥର ଆମ ଆଦମୀରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ।

ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଏଥର ନିର୍ବାଚନକୁ ଆସିଥିବା କହିଛନ୍ତି । ତାଙ୍କ ପାଇଁ ଏଥର ପ୍ରଚାର କରୁଛନ୍ତି ଭଦ୍ରକ କିନ୍ନର ସଂଘର ସଦସ୍ୟ । ଲୋଟନଙ୍କୁ ସାଙ୍ଗ ରେ ନେଇ ଗାଁ ଗାଁ ବୁଲୁଛନ୍ତି କିନ୍ନର ମାନେ ଓ ଲୋକ ଙ୍କୁ ଭୋଟ ମାଗୁଛନ୍ତି । ଆଉ ସାଧାରଣ ପ୍ରାର୍ଥୀଙ୍କ ଭଳି ଜଣେ ତୃତୀୟ ଲିଙ୍ଗୀ ବା କିନ୍ନର ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ କରିପାରିବେ ବୋଲି ମଧ୍ୟ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com