କ୍ରୀଡ଼ା

ନିଜଠୁ ୧୧ ବର୍ଷ ସାନ କ୍ରିକେଟରଙ୍କ ଅଧିନରେ ଖେଳିବେ ରାହାଣେ, ରହିଛି ମାତ୍ର ୫ ଟେଷ୍ଟର ଅଭିଜ୍ଞତା

ନୂଆଦିଲ୍ଲୀ :  ଲଗାତର ଫେଲ୍ ମାରୁଛନ୍ତି ଆଜିଙ୍କ୍ୟ ରାହାଣେ । ବ୍ୟାଟରୁ ବାହାରୁନି ରନ୍ । ଗତ କିଛି ମାସ ହେଲା ସେ ଫର୍ମରେ ନାହାଁନ୍ତି । ରାହାଣେଙ୍କୁ ପୁଣି ଥରେ ଫର୍ମକୁ ଫେରିବାକୁ ରଣଜୀ ଟ୍ରଫି ଖେଳିବାକୁ କୁହାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ । ଏହାମଧ୍ୟରେ ମୁମ୍ବାଇ ଟିମ୍ ଘୋଷଣା ହେବ । ପୃଥ୍ୱୀ ଶଙ୍କୁ ଦଳର ଅଧିନାୟକ କରାଯାଇପାରେ । ରାହାଣେ ଜଣେ ଖେଳାଳି ଭାବେ ଟିମ୍‌ରେ ସାମିଲ ହେବେ ।
କ୍ରିକବଜ୍‌ର ଖବର ଅନୁସାରେ, ପୃଥ୍ୱୀ ଶଙ୍କ ସଲିଲ ଅଙ୍କୋଲାଙ୍କ ଚୟନ ଟିମ୍ ଅଧିନାୟକ କରିପାରେ । ପୃଥ୍ୱୀ ଏବେ ମାତ୍ର ୨୨ ବର୍ଷର ଅଟନ୍ତି  । ସେ ମାତ୍ର ୫ଟି ଅନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ରାହାଣେ ୩୩ ବର୍ଷର ହୋଇଥିବା ବେଳେ ୮୨ ଟେଷ୍ଟ୍ ଖେଳିଛନ୍ତି । ପୃଥ୍ୱୀ ରାହାଣେଙ୍କଠୁ ୧୧ ବର୍ଷ ସାନ ।
ରାହାଣେ ଟେଷ୍ଟ୍ କ୍ରିକେଟରେ ୧୨ଟି ଶତକ ଲଗାଇଥିବା ବେଳେ ୩୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାସହ ସେ ମୋଟ୍ ୪୯୨୧ ରନ୍ କରିଛନ୍ତି । ଏହାସହ ୧୬୪ଟି ପ୍ରଥମ ଶ୍ରେଣୀ ମୁକାବିଲା ଖେଳିଛନ୍ତି ସେ । ତେବେ ପୃଥ୍ୱୀ ମାତ୍ର ୨୮ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି ।
ମୁମ୍ବାଇ କ୍ରିକେଟ ଆସୋସିଏସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରାହାଣେ ମେଣ୍ଟର ଭାବେ ଖେଳିବାକୁ ପ୍ରସ୍ତୁତ । ରାହାଣେଙ୍କ ଭଳି ଖେଳାଳିଙ୍କ ପାଇଁ ନେତୃତ୍ୱ କିଛି ମାନେ ରଖେ ନାହିଁ । ନେତୃତ୍ୱକୁ ନେଇ ରାହାଣେଙ୍କର ପୃଥ୍ୱୀଙ୍କ ସହ କୌଣସି ସମସ୍ୟା ନାହିଁ ।
ରାହାଣେ ଟେଷ୍ଟରେ ସେତେଟା ଭଲ ପ୍ରଦର୍ଶନ କରୁ ନାହାଁନ୍ତି । ଶେଷ ୧୩ଟି ଟେଷ୍ଟରେ ସେ ୨୦ ଆଭରେଜରେ ରନ୍ କରିଛନ୍ତି । ରାହାଣେଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା ମଧ୍ୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com