‘ଅପରେସନ ରେସ୍କ୍ୟୁ ବାବୁ’: ୩ ଦିନ ଧରି ପାହାଡରେ ସନ୍ଧିରେ ଫସିଥିବା ଯୁବକ ସୁରକ୍ଷିତ ଭାବେ ଉଦ୍ଧାର
![](https://i0.wp.com/odia.mobilenews24x7.com/wp-content/uploads/2022/02/kerela.jpg?resize=640%2C360&ssl=1)
କେରଳ() କେରଳରେ ତିନି ଦିନ ଥରି ପାହାଡ଼ ସନ୍ଧିରେ ଫସି ରହିବା ପରେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତୀୟ ସେନା ଓ ବାୟୁସେନାଙ୍କ ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ଏକ ଦଉଡି ସହାୟତାରେ ପାହାଡ଼ ସନ୍ଧିରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଗଲା । ପାରାଚ୍ୟୁଟ ରେଜିମେଣ୍ଟ ଓ ମାଡ୍ରାସ ରେଜିମେଣ୍ଟ ଦୁଇଟି ଟିମ୍ ଉଦ୍ଧାର କରିଥିଲେ। ସହାୟତା ପୂର୍ବକ ଏକ ଦଉଡ଼ି ଜରିଆରେ ଯୁବକଙ୍କୁ ଉପରକୁ ଟଣାଯାଇଥିଲା ।
କେରଳରେ ତିନି ତଳେ ଟ୍ରେକିଂରେ ଯାଇଥିବା ବାବୁ ନାମକ ଯୁବକଙ୍କ ଗୋଡ ଖସିଯାଇଥିଲା। ଫଳରେ ବିନା ଖାଦ୍ୟ ଓ ପାଣିରେ ଜଣେ ୨୩ ବର୍ଷିୟ ଯୁବକ ଦୁଇଟି ପାହାଡ଼ ସନ୍ଧିରେ ଫସିଯାଇଥିଲେ । ଶେଷରେ ଆଜି ସକାଳେ ତାଙ୍କୁ ଯବାନ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସୂଚନା ଯେ, କେରଳର ପାଲକ୍କଡ୍ ଜିଲ୍ଲାରେ ଥିବା ଏକ ପାହାଡ଼କୁ ବାବୁ(୨୩) ନାମକ ଜଣେ ଯୁବକ ଟ୍ରେକିଂରେ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯିବା ଫଳରେ ଦୁଇଟି ପାହାଡ଼ ମଝିରେ ସେ ଫସିଯାଇଥିଲେ ।
Kerala #CM has requested #IndianArmy to help rescue this trekker, he has bn trapped in the position since last 26 hours. pic.twitter.com/QM46nmqn9h
— Levina🇮🇳 (@LevinaNeythiri) February 8, 2022