ଜାତୀୟ

ମହିଳାମାନେ ସ୍ଥିର କରନ୍ତୁ ନିଜ ବେଶଭୂଷା – ପ୍ରିୟଙ୍କା

ନୂଆଦିଲ୍ଲୀ () କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ମହିଳାମାନେ ଯେଉଁଭଳି ପୋଷାକ ପିନ୍ଧିବାକୁ ଚାହୁଁଛନ୍ତି, ତାହା ସେମାନଙ୍କର ଅଧିକାର ଓ ନିଷ୍ପତ୍ତି। ବିକିନି ହେଉ କି ଓଢଣୀ କିମ୍ବା ହିଜାବ। ଏକ ଟ୍ୱିଟର ଜରିଆରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହା ବିକିନି, ଓଢଣୀ, ଜିନ୍ସ କିମ୍ବା ହିଜାବ ହେଉ, ସେ କ’ଣ ପିନ୍ଧିବାକୁ ଚାହୁଁଛନ୍ତି ତାହା ସ୍ଥିର କରିବା ମହିଳାଙ୍କ ଅଧିକାର। ଏହି ଅଧିକାର ଭାରତୀୟ ସମ୍ବିଧାନ ଦ୍ୱାରା ନିଶ୍ଚିତ ଅଟେ। ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କର।
କର୍ଣ୍ଣାଟକରେ ହିଜାବକୁ ନେଇ ଘଟିଥିବା ଘଟଣା ପରେ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଇଛନ୍ତି। ସେପଟେ କର୍ଣ୍ଣାଟକ ସରକାର ହାଇସ୍କୁଲ ଏବଂ କଲେଜଗୁଡ଼ିକୁ ୩ ଦିନ ପାଇଁ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

Related Articles

Back to top button