ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଡ୍ରୋନ ଆମଦାନୀ ଉପରେ ସରକାରଙ୍କ ବ୍ୟାନ ନିଷ୍ପତ୍ତିର ପ୍ରଭାବ, ନିବେଶକ ମାଲାମାଲ

ନୂଆଦିଲ୍ଲୀ () କେନ୍ଦ୍ର ସରକାର ସମାଲୋଚନା ସତ୍ତ୍ୱେ ଡ୍ରୋନର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଯାହା ଡ୍ରୋନ ନିର୍ମାଣକାରୀ କମ୍ପାନୀ ଜେନ ଟେକନୋଲଜିସର ନିବେଶକଙ୍କ ପାଇଁ ଲାଭ ହୋଇଛି । ମେଡ ଇନ ଇଣ୍ଡିଆ ଡ୍ରୋନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫେବ୍ରୁଆରୀ ୯ରେ କେନ୍ଦ୍ର ସରକାର ଡ୍ରୋନର ଆମଦାନୀ ଉପରେ ବ୍ୟାନ ଲଗାଇଥିଲେ ।

ସପ୍ତାହର ଚତୁର୍ଥ କାରବାର ଦିନ ଅର୍ଥାତ ଗୁରୁବାର ଜେନ ଟେକନୋଲଜିସ (Zen Technologies)ର ସେୟାର ଉପର ସର୍କିଟରେ ପହଞ୍ଚିଛି । କମ୍ପାନୀର ସେୟାର ମୂଲ୍ୟ ୨୧୬.୪୦ ଟଙ୍କାରେ ପହଞ୍ଚିଛି। ପୂର୍ବଦିନ ତୁଳନାରେ ସେୟାରର ମୂଲ୍ୟରେ ୧୦.୩୦ ଟଙ୍କା ଅର୍ଥାତ ୫ ପ୍ରତିଶତ ବୃଦ୍ଧି ହୋଇଛି । ଜେନ ଟେକନୋଲଜିସର ବଜାର ପୁଞ୍ଜି ୧,୭୨୦.୬୦ କୋଟି ଟଙ୍କାରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, Zen Technologies ସେୟାର ମାର୍କେଟରେ ଲିଷ୍ଟେଡ ହୋଇଥିବା ଏକମାତ୍ରା କମ୍ପାନୀ, ଯିଏ ଭାରତରେ ଡ୍ରୋନ ନିର୍ମାଣ କରୁଛି।

ଦେଶରେ ଡ୍ରୋନ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଆମଦାନୀ ଉପରେ ବ୍ୟାନ ଲଗାଇଥିଲେ। ପ୍ରତରିକ୍ଷା ଏବଂ ସୁରକ୍ଷା ଉଦ୍ଦେଶ୍ୟରେ ଡ୍ରୋନର ଆମଦାନୀକୁ ଅନୁମତି ରହିଛି । ତେବେ ଏଥିପାଇଁ ଆବଶ୍ୟକୀୟ ମଞ୍ଜୁରୀ ଜରୁରୀ । କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦେଇ କହିଥିଲେ, ମେଡ ଇନ ଇଣ୍ଡିଆ ଡ୍ରୋନକୁ ପ୍ରୋତ୍ସାହିତ କରିବା ପାଇଁ ଡ୍ରୋନର ଆମଦାନୀ ଉପରେ କଟକଣା ଜାରି କରାଯାଇଛି । ମନ୍ତ୍ରଣାଳୟ ଅଧିନରେ ଆସୁଥଇବା ଡିଜିଏଫଟି ଡ୍ରୋନ ଆମଦାନୀ ଉପରେ ପ୍ରତିବନ୍ଧକ ନେଇ ବିଜ୍ଞପ୍ତି ଜାରି କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com