କ୍ରୀଡ଼ା

ପୁଷ୍ପା ଟ୍ରେଣ୍ଡରେ ସାମିଲ ହେଲେ ବିରାଟ କୋହଲି: କ୍ୟାଚ ନେବା ପରେ ନାଚିଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୁପରହିଟ୍ ତେଲୁଗୁ ଫିଲ୍ମ ପୁଷ୍ପାର ଭିଡିଓ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ପ୍ରଥମେ ବାଂଲାଦେଶ ପ୍ରିମିୟର ଲିଗରେ ଜଣେ ବୋଲର ଏହି ଷ୍ଟାଇଲ ଦେଖାଇଥିଲେ । ପରେ ଡେଭିଡ୍ ୱାର୍ଣ୍ଣର ଓ ରବୀନ୍ଦ୍ର ଜାଡେଜାଙ୍କ ପରି କ୍ରିକେଟର ମଧ୍ୟ ପୁଷ୍ପା ଟ୍ରେଣ୍ଡରେ ସାମିଲ ହୋଇଥିଲେ । ଏପରିକି ବର୍ତ୍ତମାନ ଭାରତୀୟ ଦଳରେ ଖେଳୁଥିବା ସୂର୍ଯ୍ୟ କୁମାର ଯାଦବ ଏବଂ ଇଶାନ କିଶାନ ମଧ୍ୟ ଏହି ଗୀତରେ ରିଲ ବନାଇ ସାରିଛନ୍ତି । ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ନିଆରା ଅନ୍ଦାଜରେ ଶ୍ରୀବଲ୍ଲୀ ଗୀତରେ ନାଚିଛନ୍ତି କୋହଲି ।

ପଡିଆରେ ସର୍ବଦା ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ଚର୍ଚ୍ଚାରେ ରହୁଥିବା କୋହଲି ନିଜର ମଜାଳିଆ ସ୍ୱଭାବ ଦେଖାଇଛନ୍ତି । ଦ୍ୱିତୀୟ ଦିନିକିଆରେ କୋହଲି ଓଡିନ୍ ସ୍ମିଥ୍ଙ୍କ କ୍ୟାଚ୍ ଧରିଥିଲେ । ଏହାପରେ ନିଆରା ଢଙ୍ଗାରେ ନିଜ କାନ୍ଧକୁ ତଳୁଆ କରି ନାଚିଥିଲେ । ଦେଖନ୍ତୁ ମଜାଦାର ଭିଡିଓ….

Related Articles

Back to top button
WP Twitter Auto Publish Powered By : XYZScripts.com