ଭାଇରାଲ୍ ଭିଡିଓ

କୁମ୍ଭୀର ସହ କୁସ୍ତି

ଦୁର୍ଘଟଣା ନିଶ୍ଚୟ ଏକ ଦୁର୍ଘଟଣା କିନ୍ତୁ ଏହାକୁ ସଫଳତା ପୂର୍ବକ ସାମ୍ନା କରିବା ନିଶ୍ଚୟ ବାହାଦୂରୀର କାର୍ଯ୍ୟ । ଏଭଳି ଏକ ଘଟଣା ଏବେ ବେଶ୍ ଭାଇରାଲ ହେଉଛି ।ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ପହଁରିବା ପାଇଁ ଏକ ଝରଣାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ କୁମ୍ଭୀର ସହ ସାମ୍ନା କରିବାକୁ ପଡ଼ିଥିଲା ।ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ କୁମ୍ଭୀର ତାଙ୍କ ଉପରକୁ ଆକ୍ରମଣ କରିଥିଲା । କିନ୍ତୁ ବ୍ୟକ୍ତି ଜଣକ ଖୁବ୍ ସାହସର ସହିତ କୁମ୍ଭୀରର ସାମ୍ନା କରିଥିଲେ । ଦ ଗାର୍ଜିନିୟାର ରିପୋର୍ଟ ଅନୁଯାୟୀ ଏହି ମାମଲା ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଲନ୍ ହିଲ୍ ନ୍ୟାସନାଲ ପାର୍କର ଅଟେ। ରବିବାର ଦିନ, ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଲନ୍ ହିଲ୍ ନ୍ୟାସନାଲ ପାର୍କରେ ଆଡେଲ୍ ଗ୍ରୋଭରେ ପହଁରିବା ପାଇଁ ଯୋଜନା କରିଥିଲେ । ଅପରାହ୍ନ ପ୍ରାୟ ୨ ଟା ସମୟରେ, ଏହି ବ୍ୟକ୍ତି ପାଣିରେ ବୁଡ଼ ପକାଇବା ମାତ୍ରେ ସେ ଅନୁଭବ କଲେ ଯେ କେହି ତାଙ୍କୁ ଡାହାଣ ହାତରେ ଧରିଛନ୍ତି । ଯେତେବେଳେ ସେ ହୃଦୟଙ୍ଗମ କଲା ଯେ କୁମ୍ଭୀରଟି ଦାନ୍ତକୁ ତାଙ୍କ ହାତରେ ରଖିଛି ଏବଂ ସେ ଏହାକୁ ଛାଡିବାକୁ ପ୍ରସ୍ତୁତ ନୁହଁ, ସେତେବେଳେ ବ୍ୟକ୍ତି ଜଣକ ହାର ନମାନି ତାଙ୍କ ସହ ଲଢିବାକୁ ଲାଗିଲେ । ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟର ସାହାଯ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com