ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଶ୍ରୀମନ୍ଦିରରେ ଆଜି ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ

ପୁରୀ : ଶ୍ରୀମନ୍ଦିରରେ ଆଜି ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଆଜିର ଦିନ ଅର୍ଥାତ୍ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ଜଣାଯାଏ । ସ୍କନ୍ଦ ପୁରାଣ ଅନୁସାରେ, ବୈଶାଖ ମାସ ପୁଷ୍ୟା ନକ୍ଷତ୍ର ଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ନିଜେ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଏହି ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହୋଇଥାଏ ।
ଆଜି ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳାଭିଷେକ କରାଯିବ । ବଡ଼ଦେଉଳ ପରମ୍ପରା ଅନୁସାରେ ଏହା ତ୍ରୟୋଦଶ ଯାତ୍ରା । ଏନେଇ ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି ସମ୍ପନ୍ନ ହୋଇଛି । ଜଳାଭିଷେକ ପାଇଁ ସପ୍ତମୀ ରାତିରୁ ୧୦୮ ଜଳକୁମ୍ଭ ଅଧିବାସ ହୋଇ ରହିଛି ।