ଜାତୀୟ

ବଢୁଛି ସୁନାର ଚମକ: ଆଗକୁ ଆହୁରି ବଢିବ ଦାମ୍, ଜାଣନ୍ତୁ କେମିତି କରିବେ ନିବେଶ

ନୂଆଦିଲ୍ଲୀ () ଆମେରିକା ସମେତ ସାରା ବିଶ୍ୱରେ ମୁଦ୍ରାସ୍ପିତୀ ହାର ବଢିବା ପରେ ସୁନାର ଦାମ ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦାମ ୪୯ ହଜାର ପାର୍ କରିଛି । ତେବେ ଆଗକୁ ଏହା ଆହୁରି ଅଧିକ ବଢିପାରେ ବୋଲି ଅନୁମାନ କରାଯାଉଛି । କମୋଡିଟି ଏକ୍ସପର୍ଟ ଏବଂ କେଡିଆ ଆଡଭାଇଜରୀ ନିର୍ଦ୍ଦେଶକଙ୍କ କହିବା ମୁତାବକ ଦରଦାମ ଯେତେ ମହଙ୍ଗା ହେବ ସେତେ ପରିମାଣରେ ସୁନାର ଦାମ ବଢିବ ।
ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ୧,୮୫୨ ଡଲାର ପହଞ୍ଚିଗଲାଣି । ଯାହାକି ଏବେ ସୁଦ୍ଧା ସବୁଠାରୁ ଅଧିକ । ଖୁବଶୀଘ୍ର ଏହା ୧,୮୬୫ ଡଲାରରେ ପହଞ୍ଚିିଯିବ । ଅଜୟ କେଡିଆଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାରରୁ ଅଧିକ ରହିଆସିଛି । ଯେଉଁ କାରଣରୁ ମୁଦ୍ରାସ୍ଫୀତି ଆହୁରି ବଢିବାର ସମ୍ଭାବନା ରହିଛି ।
ସୁନା ମୂଲ୍ୟ ଉପରେ ମୁଦ୍ରାସ୍ଫୀତିର ସିଧାସଳଖ ପ୍ରଭାବ ପଡିଥାଏ । ଯାହା ପୁଣି ଉପରକୁ ଯିବ । ଅନ୍ୟପକ୍ଷରେ, ଋଷ ଏବଂ ୟୁକ୍ରେନ ସହିତ ତିକ୍ତତା ବୃଦ୍ଧି ପାଉଥିବାରୁ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହେଉଛି । ଯେଉଁଥିପାଇଁ ଇନ୍ଧନ ମହଙ୍ଗା ହେବ ଏବଂ ଭାରତ ସମେତ ବିଶ୍ୱ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com