ଓଡ଼ିଶା

ବରିଷ୍ଠ କଂଗ୍ରେସ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଧର୍ମଶାଳା ବିଧାୟକ

ଚଣ୍ଡୀଖୋଲ () ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା କାଙ୍ଗାଳି ଚରଣ ପଣ୍ଡାଙ୍କ ଅକାଳ ବିୟୋଗ ହୋଇଛି । ଭୁବନେଶ୍ୱର ସ୍ଥିତ ବାସ ଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ପରିଣତ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

କାଙ୍ଗାଳି ପଣ୍ଡା ଦୁଇ ଥର ୧୯୮୦ ରୁ ୯୦ ପର୍ଯ୍ୟନ୍ତ ଧର୍ମଶାଳାରୁ ବିଧାନସଭାଙ୍କୁ ନିର୍ବାଚିତ ହୋଇଥିଲେ । ସେ ଜଣେ ମିଷ୍ଟଭାସୀ ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ମୃତ ଶରୀରକୁ ଧର୍ମଶାଳା ବ୍ଲକରେ ଜାରକା ବଜାରରେ ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥୀବ ଶରୀରକୁ ନିଆଯାଇ ଥିବା ବେଳେ ଧର୍ମଶାଳା ବିଧାୟକ, ବରିଷ୍ଠ କଂଗ୍ରେସ ନେତା ଓ ବହୁ ବୁଦ୍ଧିଜୀବୀ ତାଙ୍କ ଶେଷ ଦର୍ଶନ କରିବା ସହ ପାର୍ଥିବ ଶରୀର ରେ ପୁଷ୍ପାମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com