କ୍ରୀଡ଼ା

ଆଇପିଏଲରେ କିଣିଲେନି କେହି : ରଣଜୀ ଖେଳିବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ() ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା  ପରେ ଭାରତୀୟ ପେସ୍‌ ବୋଲର  ଈଶାନ୍ତ ଶର୍ମା ଶେଷରେ ରଣଜୀ  ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି ।

ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ  ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍‌  ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ  ଯୋଗାଯୋଗ କରା ଯାଇଥିଲା ।  କିନ୍ତୁ ସେ ଫୋନ୍‌ ଉଠାଇନଥିଲେ ।  ଦୀର୍ଘ ସମୟ ଧରି ଅପେକ୍ଷା କରିବା  ପରେ ଶେଷରେ ଈଶାନ୍ତଙ୍କୁ ବାଦ  ଦେଇ ଦଳ ଘୋଷଣା ହୋଇଥିଲା ।  ଆଇପିଏଲ୍‌ ନିଲାମରେ ତାଙ୍କୁ  କୌଣସି ଦଳ କିଣିବାକୁ ଆଗ୍ରହ  ଦେଖାଇନଥିଲେ । ଫଳରେ ସେ  ରଣଜୀ ଖେଳିବା ନେଇ ଡିଡିସିଏକୁ  ଜଣାଇଥିଲେ ।

ବୁଧବାର ଈଶାନ୍ତ  ଗୌହାଟୀରେ ପହଞ୍ଚି ୫ଦିନିଆ  କ୍ୱାରେଣ୍ଟାଇନରେ ରହିଛନ୍ତି । ତେଣୁ  ସେ ଗୁରୁବାର ତାମିଲନାଡ଼ୁ  ବିପକ୍ଷ ପ୍ରଥମ ଗ୍ରୁପ୍‌-ଏଚ୍‌ ମ୍ୟାଚ୍‌  ଖେଳିବେନି । ସେ ଶେଷ ଦୁଇଟି  ଗ୍ରୁପ୍‌ ମ୍ୟାଚ୍‌ ଝାଡ଼ଖଣ୍ଡ ଓ ଛତିଶଗଡ଼  ବିପକ୍ଷ ମ୍ୟାଚ୍‌ରେ ଦଳ ଚୟନ ପାଇଁ  ଉପଲବ୍ଧ ହେବେ ବୋଲି ଡିଡିସିଏ  ପକ୍ଷରୁ କୁହାଯାଇଛି । ୧୯ବର୍ଷରୁ କମ୍‌  ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳ  ଅଧିନାୟକ ୟଶ୍‌ ଧୂଲ ଆସନ୍ତାକାଲି  ଧ୍ରୁବ ସୋରେଙ୍କ ସହ ଓପନ  କରିବେ । ବିଶ୍ୱକପ୍‌ରେ ପ୍ରଭାବୀ  ପ୍ରଦର୍ଶନ ପରେ ଧୂଲ ରଣଜୀରେ  ନିଜ ଚମକ ଦେଖାଇବାକୁ  ଜୋରଦାର ପ୍ରସ୍ତୁତି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com