କ୍ରୀଡ଼ା

IPL 2022: ଉମରାନ ଓ ଭୁବନେଶ୍ଵରଙ୍କ ଶାଣିତ ବୋଲିଂ, ୧୫୧ ରନରେ ସୀମିତ ପଞ୍ଜାବ କିଙ୍ଗ୍ସ

ମୁମ୍ଵାଇ() ଲିୟାମ ଲିଭିଙ୍ଗଷ୍ଟୋନଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ଵେ ପଞ୍ଜାବ କିଙ୍ଗ୍ସ ଆଇପିଏଲର ୨୮ତମ ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭରରେ ୧୫୧ ରନରେ ଅଲଆଉଟ୍ ହୋଇଛି। ହାଇଦ୍ରାବାଦ ସମ୍ମୁଖରେ ରହିଛି ୧୫୨ ରନର ବିଜୟ ଲକ୍ଷ୍ୟ। ଲିଭିଙ୍ଗଷ୍ଟୋନ ୩୩ ବଲରୁ ୬୦ ରନର ଇନିଂସ ଖେଳିଛନ୍ତି। ହାଇଦ୍ରାବାଦ ବୋଲର ଦମଦାର ବୋଲିଂ କରି ପଞ୍ଜାବକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି। ଉମରାନ ମଲିକ ଶାଣିତ  ବୋଲିଂ କରି ୪ ଏବଂ ଭୁବନେଶ୍ଵର କୁମାର ୩ଟି ଓ୍ଵିକେଟ୍ ନେଇ ହାଇଦ୍ରାବାଦର ସ୍କୋରକୁ ୧୫୧ ରନରେ ସୀମିତ ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com