କରୋନା ଆକ୍ରାନ୍ତରେ ଖୋର୍ଦ୍ଧାକୁ ଟପିଲା ସମ୍ବଲପୁର, ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୮୮୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର() ଅନେକ ଦିନ ପରେ କରୋନା ଆକ୍ରାନ୍ତ ମାମଲାରେ ଖୋର୍ଦ୍ଧା ଦ୍ଵିତୀୟ ସ୍ଥାନକୁ ଖସିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୧୬୯ ଜଣ ଥିବାବେଳେ ସଙ୍ଗରୋଧରୁ ୫୧୬ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୧୭୯ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୬୬, କଟକରୁ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |
Covid-19 Report For 16th Feb
New Positive Cases: 886
Of which 0-18 years: 169
In quarantine: 516
Local contacts: 370(Details of local contacts will be shared by concerned District)
1. Angul: 14
2. Balasore: 36
3. Bargarh: 10
4. Bhadrak: 11
5. Balangir: 13
6. Boudh: 5— I & PR Department, Odisha (@IPR_Odisha) February 17, 2022
ସୂଚନା ମୁତାବକ ଏହି ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୮୪ରେ ପହଞ୍ଚିଥିବାବେଳେ ୧୨ ଲକ୍ଷ ୬୩ ହଜାର ୧୦୬ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ରାଜ୍ୟରେ ୮୬୬୪ଟି ସକ୍ରିୟ ମାମଲା ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି |