ଓଡ଼ିଶା

ଗିରଫ ହେଲେ ଲାଞ୍ଚୁଆ ଡାକ୍ତର, ଗର୍ଭବତୀ ମହିଳାଙ୍କଠାରୁ ନେଉଥିଲେ ୮ହଜାର ଟଙ୍କା

ଭୁବନେଶ୍ବର ୧୭।୨: ଗିରଫ ହେଲେ ଲାଞ୍ଚୁଆ ଡାକ୍ତର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡାକ୍ତର ଗିରଫ । ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ଗିରଫ ପରେ ଡାକ୍ତରଙ୍କୁ କୋର୍ଟ ଚାଲାଣ କରାଯାଇଛି । ବୁଧବାର ଅସ୍ତ୍ରୋପଚାର ପାଇଁ ଜଣେ ଗର୍ଭବତୀ ମହିଳାଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ୍ତର । ତାଙ୍କ ଘରେ ଚଢାଉ ବେଳେ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏ ନେଇ ଭିଜିଲାନ୍ସ ଏସ୍‌ପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ସରକାରୀ ଡାକ୍ତରଙ୍କ ଘରୁ ୧ କୋଟି ୧୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା । ଭିଜିଲାନ୍ସ ଜାଲରେ ପଡିଥିଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନା । ପୁରୀ ଜିଲ୍ଲା ଚାରିଛକ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୁକାନ୍ତ କୁମାର ଜେନା ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର ପାଇଁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟ୍ରାପ୍ କରିଥିଲା । ଏହାପରେ ତାଙ୍କ ଭୁବନେଶ୍ବର କଳାରାହାଙ୍ଗ ସ୍ଥିତ କସମୋ ଡୁପ୍ଲେକ୍ସରେ ଛାପା ପଡ଼ିଥିଲା । ଭିଜିଲାନ୍ସକୁ ମିଳିଥିଲା ବିପୁଳ ପରିମାଣର କ୍ୟାସ୍ । ଡାକ୍ତରଙ୍କ ଘରୁ ମିଳିଛି ବିଡ଼ା ବିଡ଼ା ୫ ଶହ ଏବଂ ୨ ହଜାର ଟଙ୍କିଆ ନୋଟ୍ । ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ । ତାଙ୍କ ଘରୁ ବିପୁଳ ସୁନା ଗହଣା ସହ, ଅମାପ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଥିଲା । ସରକାରୀ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଅମାପ ସମ୍ପତ୍ତିର ଛାନଭିନ୍ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com