ଅନ୍ତର୍ଜାତୀୟ

ପ୍ରବଳ ବର୍ଷାରେ ବ୍ରାଜିଲରେ ତାଣ୍ଡବ, ଭୂସ୍ଖଳନରେ ଅତି କମରେ ୭୮ ଜଣଙ୍କ ମୃତ୍ୟୁ

ବ୍ରାଜିଲ() ବ୍ରାଜିଲର ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତ । ଫଳରେ ୭୮ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଏକ ବିବୃତ୍ତି ଦେଇ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଛି । ଯେଉଁଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଏଠାରେ ମେୟର ରୁବେନ୍ସ ବୋମଟେମ୍ପୋ କହିଛନ୍ତି ଯେ ‘ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ । ଏପର୍ଯ୍ୟନ୍ତ ୨୧ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଅଞ୍ଚଳରେ ୨୦୧୧ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ତା’ପରେ ବର୍ଷା ହେତୁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ବୁଧବାର ଉଦ୍ଧାର କାର୍ଯ୍ୟ ବେଳେ ୪୯ ବର୍ଷୀୟ ରୋସଲିନ୍ କୁମାରୀଙ୍କ ଆଖିରୁ ଲୁହ ଶୁଖିନଥିଲେ । କାରଣ ସେ କହିଛନ୍ତି ଅଳିଆ ଗଦାରେ ଫସି ରହିଥିବା ମହିଳାଙ୍କ ଯନ୍ତ୍ରଣାକୁ କେବେ ବି ଭୁଲି ପାରିବେ ନାହିଁ । ସେ କହିଛନ୍ତି, “ଗତକାଲି ଜଣେ ମହିଳା ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ । ମୋତେ ଏଠାରୁ ବାହାର କର । କିନ୍ତୁ, ଆମେ କିଛି କରିପାରିଲୁ ନଥିଲୁ । ଜଳ ଓ ମାଟିର ଆବର୍ଜନା ବୁଡ଼ି ଯାଉଥିଲା । ଦୁର୍ଭାଗ୍ୟବଶତଃ ଆମ ସହର ଧ୍ୱଂସ ହୋଇଯାଇଛି ।

ବୁଧବାର ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ଯୁଦ୍ଧ ପରି ପରିସ୍ଥିତି ଏବଂ ସେ ପ୍ରଭାବିତ ଅଞ୍ଚଳରୁ ଆବର୍ଜନା ସଫା କରିବା ପାଇଁ ପଡୋଶୀ ରାଜ୍ୟରୁ ଭାରୀ ଯନ୍ତ୍ର ସମେତ ସମସ୍ତ ସମ୍ଭାବ୍ୟ ସହାୟତା ପାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର କାର୍ଯ୍ୟରେ ୧୮୦ ସୈନିକ ସାମିଲ ହୋଇଛନ୍ତି ।

ବିଭାଗ କହିଛି ଯେ ଏହି ଅଞ୍ଚଳକୁ ଦିନର ତିନି ଘଣ୍ଟା ମଧ୍ୟରେ ୨୫.୮ ସେମି ବର୍ଷା ହୋଇଛି । ଯାହା ପୂର୍ବ ୩୦ ଦିନରେ ହୋଇଥିବା ବର୍ଷା ସହିତ ସମାନ । ଋଷ ଗସ୍ତରେ ଆସୁଥିବା ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି କହିଛନ୍ତି ଯେ ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସାହାଯ୍ୟ କରିବାକୁ ସେ ତାଙ୍କ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com