ଓଡ଼ିଶା
ମୋବାଇଲ୍ ନେଲା ଜୀବନ, ପଛପଟୁ ଧକ୍କା ଦେଲା ମାଲବାହୀ ଟ୍ରେନ୍
![](https://i0.wp.com/odia.mobilenews24x7.com/wp-content/uploads/2022/02/WhatsApp-Image-2022-02-17-at-1.38.06-PM.jpeg?resize=740%2C336&ssl=1)
ରାଉରକେଲା() ମୋବାଇଲ୍ ଯୋଗୁଁ ଗଲା ଜୀବନ । ପଛପଟୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରେନ୍ । ମୋବାଇଲରେ କଥା ହୋଇ ରେଳ ଧାରଣାରେ ଚାଲି ଚାଲି ଯାଉଥିଲେ ରେଳ କର୍ମଚାରୀ । ପଛପଟୁ ଟ୍ରେନ୍ ଧକ୍କା ଦେବା ଫଳରେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କାଂଶବାହାଲ ଷ୍ଟେସନ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ରେଳ କର୍ମଚାରୀ ହେଉଛନ୍ତି କଳିକା ପ୍ରସାଦ । ବନ୍ଧମୁଣ୍ଡା ରେଳ ଇଲେକ୍ଟ୍ରି ବିଭାଗର କର୍ମଚାରୀ ହେଉଛନ୍ତି କଳିକା ପ୍ରସାଦ ।