ମନୋରଞ୍ଜନ
ପାରମ୍ପାରିକ ରୀତିନୀତିରେ ବିବାହ କରିବେ ବିକ୍ରାନ୍ତ-ଶୀତଲ, ଭାଇରାଲ୍ ହେଲା ହଲଦୀର ଭିଡିଓ…
ନୂଆଦିଲ୍ଲୀ() ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ୍ କରିଛନ୍ତି। ଏବେ କୁହାଯାଉଛି କି ଦୁହେଁ ପାରମ୍ପାରିକ ରୀତିନୀତି ଅନୁଯାୟୀ ୧୮ ପେବୃୟାରୀରେ ବିବାହ କରିବେ। ଏଥିପାଇଁ ବିବାହର ସମସ୍ତ ପ୍ରସ୍ତୁତି ମଧ୍ୟ ସରିଯାଇଛି । ଶୁଣିବାକୁ ମିଳୁଛି କି ଏହି ଦମ୍ପତିଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ତଥା ପ୍ରାଇଭେଟ୍ ଭାବରେ ହେବ। ଯେଉଁଥିରେ ପରିବାର ଏବଂ ବନ୍ଧୁମାନେ ହିଁ ସାମିଲ୍ ହେବେ। ତେବେ ଏପର୍ଯ୍ୟନ୍ତ ଅଭିନେତାଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । କିନ୍ତୁ ଏହାର ଫଟୋ ଭାଇରାଲ୍ ହେବାରେ ଲାଗିଛି । ବିବାହ ପୂର୍ବ ଉତ୍ସବର ଫଟୋ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ।
View this post on Instagram