ଓଡ଼ିଶା

ଆହୁରି ୨୪ଘଣ୍ଟା ଥରିବ ଓଡିଶା, ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ତାପମାତ୍ରା

ଭୁବନେଶ୍ବର() ମାସ ଶେଷରେ ଥରାଇଦେଲା। ହାଡ ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୨୪ଘଣ୍ଟା ଶୀତ ଲହରୀ ପରିସ୍ଥିତି ଲାଗିରହିବ। ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ରାତି ତାପମାତ୍ରା ରହିଛି । ପଶ୍ଚିମାଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ ଏବେ ରାଜ୍ୟର ବିିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇଛି ସର୍ବନିମ୍ନ ତାପମାତ୍ରା । ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏପଟେ ଆସନ୍ତାକାଲିଠୁ ବଢ଼ିବ ରାତି ତାପମାତ୍ରା । କମିବ ଶୀତ । ଆସନ୍ତା ୨ ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଗାମୀ ଦୁଇ ଦିନ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲସିୟସ କମ୍‌ ରହିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com