ଓଡ଼ିଶା

ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରେ ରଥ କାମ ଅନୁକୁଳ, ୨୧ ଦିନ ଧରି ଚାଲିବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ପୁରୀ() ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନକୂଳ ହେବ । ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ରଥନିର୍ମାଣ କାର୍ଯ୍ୟର ଅନୁକୂଳ ପାଇଁ ରଥଖଳା ପ୍ରସ୍ତୁତ ହୋଇ ରହିଛି । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ପୂଜାପଣ୍ଡା ସେବାୟତ ମାନେ ଏକ ପଟୁଆରରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସିବେ ।

ସେଠାରେ ରଖାଯାଇଥିବା ୩ ଖଣ୍ଡ ଧଉରା କାଠର ଅନୁକୂଳ କରିବେ ବିଶ୍ବକର୍ମା ମହାରଣା । ସେହିପରି ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ମେଳରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ।

ମାନବୀୟ ଲୀଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସାଧାରଣ ମଣିଷଙ୍କ ପରି ଶୀତଳ ଉପଚାରରେ ରହିବେ । ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଆଜି ଶ୍ରୀକ୍ଷେତ୍ରରେ ଭିଡ ଜମିବା ସମ୍ଭାବନା ଥିବାରୁ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com