ଅନ୍ୟାନ୍ୟ

୨୦୦୮ ଅହମ୍ମଦାବାଦ ସିରିଏଲ ବ୍ଲାଷ୍ଟ: ୧୩ ବର୍ଷ ପରେ ଆସିଲା ରାୟ, ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଅହମଦାବାଦ() ୨୦୦୮ ଅହମଦାବାଦ ସିରିଏଲ ବ୍ଲାଷ୍ଟ ଘଟଣାରେ ଆସିଲା ରାୟ । ୪୯ ଅଭିଯୁକ୍ତ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସେହିଭଳି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣିଛନ୍ତି କୋର୍ଟ । ୨୦୦୮ ସିରିଜ ବ୍ଲାଷ୍ଟରେ ପ୍ରାଣ ହରାଇଥିଲେ ୫୬ ଜଣ ।
ପ୍ରଥମ ଥର ଏକାସଂଗେ ଏତେଜଣଙ୍କୁ ଫାଶୀ ଦିଆଯିବ ଘଟଣା ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ଫେବୃଆରୀ ୮ରେ, ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଯେତେବେଳେ ୨୮ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏହି ମାମଲାର ଶୁଣାଣି ୧୩ ବର୍ଷ ଧରି ସ୍ୱତନ୍ତ୍ର କୋର୍ଟରେ ଚାଲିଥିଲା । ଅହମ୍ମଦାବା ସିରିଏଲ ବିସ୍ଫୋରଣରେ ୭୮ ଜଣ ଅଭିଯୁକ୍ତ ଥିଲେ ।
ପରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିଲେ। ଏହି କାରଣରୁ ମୋଟ ୭୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ୧୩ ବର୍ଷର ବିଚାର ସମୟରେ, ୧,୧୬୩ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । ପୋଲିସ ଏବଂ ଆଇନ ଏଜେନ୍ସିମାନେ ୬ ହଜାରରୁ ଅଧିକ ପ୍ରମାଣ ଉପସ୍ଥାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com