ଓଡ଼ିଶା
ଆଜି ପୁଣି କରୋନାରେ ୧୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର() ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ବର୍ତ୍ତମାନ ଦୈନିକ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ସଂକ୍ରମଣ ହ୍ରାସ କରିବା ପାଇଁ ରାଜ୍ୟରେ ବ୍ୟାପକ ଟିକାକରଣ, ସଚେତନତା ଆଦି ପଦକ୍ଷେପ ନିଆଯାଇଥିଲା । ବିଗତ କିଛିଦିନ ଧରି ରାଜ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହୁଥିବା ଦେଖାଯାଉଛି ।