ରାଜନୀତି
ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି

ଭୁବନେଶ୍ୱର,୨୩।୫: ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭କୁ ସ୍ଥିରହୋଇଥିଲା। ତେବେ ପୁରୀ ମୁକ୍ତି ମଣ୍ଡପ ସହିତ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନାକାରୀ ଅନୁଷ୍ଠାନ ମାନଙ୍କ ସହିତ ଯୋଗାଯୋଗ ପରେ ଏହା ଜଣାଯାଇଛି ଯେ, ୨୬ରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଯାଇଛି। ଫଳରେ ୨୭ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଖୋଲା ରହିବ।