Breaking NewsFeaturedରାଜନୀତି

ରାହୁଲ ଗାନ୍ଧିଙ୍କ ‘ନ୍ୟାୟ ଯାତ୍ରା’ରୁ କଂଗ୍ରେସକୁ କେତେ ମିଳିବ ଫାଇଦା? ସର୍ଭେ କଲା ଖୁଲାସା ।

ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏନେଇ କମର କଷୁଛି କଂଗ୍ରେସ । ପ୍ରସ୍ତୁତ କରୁଛି ରଣନୀତି । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ପରି ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ନ୍ୟାୟ ଯାତ୍ରା । ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ଯାଏ ମଣିପୁରରୁ ମୁମ୍ବାଇ ଚାଲିବ ଏହି ଅଭିଯାନ । ଏହିସମୟରେ ୧୪ରାଜ୍ୟର ୮୫ଜିଲ୍ଲା ଦେଇ ଯାତ୍ରା କରିବେ ରାହୁଲ । ତେଣୁ ମୋଟାମୋଟି କହିବାକୁ ଗଲେ ୨୪ଲୋକସଭା ନିର୍ବାଚନ ପୂର୍ବରୁ ଜନ ସମର୍ଥନ ହାସଲ ପାଇଁ ଏଭଳି ରୋଡମ୍ୟାପ ପ୍ରସ୍ତୁତ କରିଛି କଂଗ୍ରେସ । ତେବେ ପ୍ରଶ୍ନ ଉଠୁଛି ଏହି ଭାରତ ନ୍ୟାୟ ଯାତ୍ରାରୁ କେତେ ଫାଇଦା ପାଇବ କଂଗ୍ରେସ ? ଯେଉଁ ଯେଉଁ ସ୍ଥାନ ଦେଇ ଯିବ ସେହି ସ୍ଥାନରୁ ଲୋକସଭା ଆସନ କଂଗ୍ରେସକୁ ଯିବ କି? ଏ ସମସ୍ତ ପ୍ରଶ୍ନ ଉପରେ କରାଯାଇଛି ଏକ ସର୍ଭେ ।

ଯେଉଁଥିରେ ଲୋକଙ୍କର ନିଆଯାଇଛି ମତାମତ । ଏହି ସର୍ଭେରେ ପ୍ରଶ୍ନ ପଚରାଯାଇଛି ଯେ ରାହୁଲ ଗାନ୍ଧୀଙ୍କ ‘ଭାରତ ନ୍ୟାୟ ଯାତ୍ରା ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ଲାଭ ଦେବ କି? ଏହା ଉପରେ ୩୯ ପ୍ରତିଶତ ଲୋକ ହଁ ଉତ୍ତର ଦେଇଥିବା ବେଳେ ୪୯ ପ୍ରତିଶତ ଲୋକ ନା କହିଛନ୍ତି। ଏହା ବ୍ୟତୀତ ୧୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ବର୍ତ୍ତମାନ ଏହି ବିଷୟରେ କିଛି କହିପାରିବେ ନାହିଁ । ତେବେ ଏଠାରେ କହିରଖୁଛୁ ଯେ, ଜାନୁୟାରୀ ୧୪ରେ ମଣିପୁର ରାଜଧାନୀ ଇମ୍ଫାଲରେ ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ ହେବ। ଏହି ଯାତ୍ରା ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଦେଇ ଯିବ। ପାଖାପାଖି ୬,୨୦୦ କିମି ଏହି ଯାତ୍ରା କରିବେ ରାହୁଲ । ସେ ଯାହା ହେଉ ବାସ୍ତବରେ ଭାରତ ନ୍ୟାୟ ଯାତ୍ରାର କେତେଦୂର ପ୍ରଭାବ ପଡିବ, ତାହା ଆଗାମୀ ଦିନରେ ଜଣାପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com