କ୍ରୀଡ଼ା

ରବିବାର ଭାରତ-ଇଣ୍ଡିଜ ଶେଷ ଟି୨୦, ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ() ରବିବାର ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟକେ ଖେଳାଯିବ ସିରିଜର ତୃତୀୟ ତଥା ଶେଷ ଟି୨୦ । ପ୍ରଥମ ଦୁଇଟି ଟି୨୦ ଜିତି ସିରିଜ୍ ଜିତିଛି ଭାରତ । ତେବେ ତୃତୀୟ ମୁକାବିଲା ଜିତି କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ ରୋହିତ ସେନା ।

ଭାରତୀୟ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ଅଛନ୍ତି । ଗତ ଦୁଇଟି ଟି୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବି ପ୍ରଦର୍ଶନ କରିଛି ରୋହିତ ସେନା । ବିରାଟ କୋହଲି ବି ଫର୍ମକୁ ଫେରିଛନ୍ତି । ଅଳରାଉଣ୍ଡର ଭେଙ୍କଟେଶ ଆୟାର ଓ ଓ୍ୱିକେଟ୍ କିପର ଋଷଭ ପନ୍ତ ଦ୍ୱିତୀୟ ଦିନିକିଆରେ ଚମତ୍କାର ବ୍ୟାଟିଂ କରିଥିଲେ । ସେହିପରି ରବି ବିଶ୍ନୋଇ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାରଙ୍କ ଭଲି ବୋଲର ମଧ୍ୟ ବିପକ୍ଷ ବ୍ୟାଟରଙ୍କୁ ଚାପରେ ରଖିବାରେ ସମର୍ଥ ହୋଇଥିଲେ । ତେବେ ଶେଷ ଟି୨୦ରେ ଖେଳିବେନି ବିରାଟ । ତାଙ୍କୁ ବିସିସିଆଇ ବାୟୋ ବବଲରୁ ବ୍ରେକ୍ ଦେଇଛି । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ ।

ସେହିପରି ତୃତୀୟ ଟି୨୦ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଇଣ୍ଡିଜ । ଦ୍ୱିତୀୟ ଦିନିକିଆରେ ଇଣ୍ଡିଜ ଭଲ ଖେଳିଥିଲେ ବି ବିଜୟୀ ହୋଇନଥିଲା । ମାତ୍ର  ୮ ରନରେ ପରାସ୍ତ ହୋଇଥିଲା । ଦଳର ଟପ୍ ଅର୍ଡର ଭଲ ଫର୍ମରେ ଥିଲେ ବିମ୍ୟାଚ୍ ବିଜୟୀରେ ସହାୟକ ହେଉ ନାହାଁନ୍ତି । ବୋଲର ବି ପ୍ରଭାବହୀନ ବୋଲିଂ କରୁଛନ୍ତି । ଗତ ମ୍ୟାଚରେ ସେଲଡନ କଟରେଲ୍ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ତେବେ ଦଳ ବୋଲିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରିବ ।ଏହାସହ ଶେଷ ଟି୨୦ ଜିତିବାକୁ ପ୍ରୟାସ କରିବ ।

ସୂଚନାଯୋଗ୍ୟ, ପୂର୍ବରୁ ଭାରତ ଇଣ୍ଡିଜ ବିରୋଧରେ ୩-୦ରେ ଦିନିକିଆ ସିରିଜ୍ ଜିତିଛି । ଦଳ ଟି୨୦କୁ ମଧ୍ୟ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com