କ୍ରୀଡ଼ା

ଓଡ଼ିଶା କ୍ରିକେଟରେ ୨ ଇଣ୍ଟନ୍ୟାସନାଲ ପ୍ଲେୟାର

 ଭୁବନେଶ୍ୱର, ୧୮/୦୪/୨୦୨୩ –    ଓଡ଼ିଶା କ୍ରିକେଟରେ ଚମକିବେ ଇଣ୍ଟନ୍ୟାସନାଲ ପ୍ଲେୟାର । କାରଣ ଓଡ଼ିଶା କ୍ରିକେଟ ଦଳରେ ଯୋଗ ଦେଇଛନ୍ତି ଦୁଇ ଅଭିଜ୍ଞ କ୍ରିକେଟର । ଜଣେ ପୁରୁଷ ଟିମକୁ ଯାଇଥିବାବେଳେ ଆଉ ଜଣେ ମହିଳା ଦଳ ସହିତ ଯୋଡି ହୋଇଛନ୍ତି । ଆଗକୁ BCCIର ଘରୋଇ କ୍ରିକେଟ ସିଜିନ ରହିଥିବାରୁ ଏହି ୨ ଖେଳାଳିଙ୍କୁ ଓଡ଼ିଶା ଦଳରେ ସାମିଲ କରାଯାଇଛି ।

ଏହି ଦୁଇ ଖେଳାଳି ହେଉଛନ୍ତି ଭାରତର ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ ଏବଂ ମହିଳା କ୍ରିକେଟର ରୁମେଲି ଧର । ତେବେ ଏହି ଦୁଇ ପୂର୍ବତନ ଖେଳାଳି ଉଭୟ ପୁରୁଷ ଏବଂ ମହିଳା ଦଳରେ କୋଚ ଭାବେ ନିଜର ଦାୟିତ୍ୱ ତୁଲାଇବେ ।

ମଙ୍ଗିଆ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ସ୍ପିନର ଭାବେ ୫୭ ଟି ମ୍ୟାଚରୁ ଗୋଟିଏ ଶତକ ଏବଂ ୪ଟି ଅର୍ଦ୍ଧ ଶତକ ସହାୟତାରେ ୧୨୩୦ ସଂଗ୍ରହ କରିବା ସହ ୧୪ଟି ୱିକେଟ ନେଇଛନ୍ତି । ଏହାଛଡା ସେ ଗୋଟିଏ ମାତ୍ର ଟେଣ୍ଟି- ୨୦ ମ୍ୟାଚ ଖେଳିଛନ୍ତି । ସେହିପରି ରୁମେଲି ଭାରତୀୟ ମହିଳା ଦଳ ପକ୍ଷରୁ ୪ଟି ଟେଷ୍ଟରୁ ୨୩୬ ରନ , ୭୮ ଟି ଦିନିକିଆରୁ ୯୬୧ ରନ ଏବଂ ୧୮ଟି ଟେଣ୍ଟି -୨୦ ମ୍ୟାଚରୁୁ ୧୩୧ ରନ କରିଛନ୍ତି । ସେହିଭଳି ଟେଷ୍ଟରେ ୮ ଓି୍ୱକେଟ, ଦିନିକିଆରୁ ୬୩ ଏବଂ ଟେଣ୍ଟି-୨୦ରୁ ୧୩ ଟି ଓି୍ୱକେଟ ନିଜ ନାମରେ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com