ଜାତୀୟ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନାମରେ ମାଳମାଳ ଫେକ୍‌ ଆକାଉଣ୍ଟ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନାମରେ ମାଳମାଳ ଫେକ୍‌ ଆକାଉଣ୍ଟ। ଫଳରେ ସାଧାରଣ ଲୋକେ ବିଭ୍ରାନ୍ତ ହେଉଛନ୍ତି। ଏନେଇ ଜଣାପଡ଼ିବା ପରେ ସିବିଏସ୍‌ଇ ପକ୍ଷରୁ ‘ଏକ୍ସ’ରେ ନକଲି ଆକାଉଣ୍ଟଗୁଡ଼ିକର ଏକ ତାଲିକା ପ୍ରକାଶ ପାଇଛି।

ସେସବୁ ଆକାଉଣ୍ଟଗୁଡ଼ିକ ସିବିଏସ୍‌ଇ ଭଳି ଦେଖାଯାଉଥିଲେ ହେଁ ‘@cbseindia29’ ନାମ ଥିବା କେବଳ ଗୋଟିଏ ଅଫିସିଆଲ ଆକାଉଣ୍ଟ ରହିଛି ବୋଲି ସିବିଏସ୍‌ଇ ସ୍ପଷ୍ଟ କରିଛି।

Related Articles

Back to top button