ଓଡ଼ିଶା

ଡେଙ୍ଗୁ ପାଇଁ ଭୁବନେଶ୍ୱରରେ ୨ ଦିନ ପାଳନ ହେବ ଡ୍ରାଇ ଡେ’

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନେକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବଢ଼ୁଥିବା ଡେଙ୍ଗୁକୁ ଦେଖି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଇ ଡେ’ । ଡ୍ରାଇ ଡେ’ ଅର୍ଥାତ ଅଫିସ ହେଉ କିମ୍ବା ଘରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡ଼ିକୁ ସଫା କରିବା । ଗୁରୁବାର ଓ ରବିବାର ହେବ ଡ୍ରାଇ ଡେ’ ।

ଗୁରୁବାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ଘରେ ଡ୍ରାଇ ଡେ’ ପାଳନ କରାଯିବ । ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠନ ହେବ ଗ୍ରୁପ । ପ୍ରଥମେ ସଚେତନତା ପରେ ଖିଲାପିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ବିଏମସିର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡେପୁଟି କମିଶନର ଓ ଅତିରିକ୍ତ କମିଶନର ଉପସ୍ଥିତ ଥିଲେ । ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ଡ୍ରାଇ ଡେ’ ପାଳନ ।

Related Articles

Back to top button
WP Twitter Auto Publish Powered By : XYZScripts.com