ଜାତୀୟ

ଭୟଙ୍କର ହେଉଛି ଯୁଦ୍ଧ ପରିସ୍ଥିତି, ୟୁକ୍ରେନରେ ୪୦ ସୈନ୍ୟ ୧୦ ନାଗରିକଙ୍କ ମୃତ୍ୟୁ; ସେପଟେ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଅନ୍ତର୍ଜାତୀୟ ଣମାଧ୍ୟମର ରିପୋର୍ଟ ଅନୁଯାୟୀ ଋଷ ଆକ୍ରମଣରେ ଏପର୍ଯ୍ୟନ୍ତ ୟୁକ୍ରେନର ୫୦ ଜଣକଙ୍କ ମୃତ୍ୟୁ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ଯବାନ ରହିଥିବାବେଳେ ୧୦ ଜଣ ସାଧାରଣ ନାଗରିକ ରହିଛନ୍ତି ।
ସେପଟେ ଋଷର ଆକ୍ରମଣ ନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୟାନ ରଖିଛନ୍ତି । ଆକ୍ରମଣ ଆମ ମହାଦ୍ୱୀପ ପାଇଁ ବିପଦ ବୋଲି କହିଛନ୍ତି ବ୍ରିଟେନ ରାଷ୍ଟ୍ରପତି ବୋରିସ ଜନସନ ।  ଏହା ସହ ଗୁରୁବାର ଜି-୭ ସାଥୀ ନେତାଙ୍କ ସହ ଆଲୋଚନା କରିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ନାଟୋ ନେତା ବି ଖୁବଶୀଘ୍ର ଆଲୋଚନା କରିବା ଜରୁରୀ ବୋଲି କହିଛନ୍ତି ବୋରିସ ଜନସନ ।
ଏକ ଅନ୍ୟ ଟ୍ୱିଟ୍ କରି ସେ କହିଛନ୍ତି ଯେ ୟୁକ୍ରେନରେ ଘଟୁଥିବା ଭୟାବହ ଘଟଣା ସହ ଅବଗତ ଅଛନ୍ତି । ସେ ଆହୁରି କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଜେଲେସ୍କୀଙ୍କ ସହ କଥା ହୋଇଛି । ୟୁକ୍ରେନ ବିରୋଧରେ ବିନା କାରଣରେ ଯୁଦ୍ଧ ଆରମ୍ଭ କରି ରାଷ୍ଟ୍ରପତି ପୁତିନ ରକ୍ତପାତ ଏବଂ ବିନାଶର ରାସ୍ତା ବାଛିଛନ୍ତି । ୟୁକେ ଏବଂ ଏହାର ସହଯୋଗୀ ଏହାର ଉଚିତ ଜବାବ ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com