Breaking NewsFeaturedଜାତୀୟଜୀବନଶୈଳୀମନୋରଞ୍ଜନ

ରିଲ୍ ପାଇଁ ବଦଳାଇଲେ ରିଅଲ୍ ନେମ୍, ଜାଣନ୍ତୁ ପୂରା ରିପୋର୍ଟ

ଅଭିନୟ ପାଇଁ ଅଭିନେତ୍ରୀମାନେ କଲେ ଏମିତି, ହୋଇଯିବେ ଆଶ୍ଚର୍ଯ୍ୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଇଣ୍ଡଷ୍ଟ୍ରିରେ ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟର ଦକ୍ଷତା ପ୍ରମାଣ କରିସାରିଛନ୍ତି । ସେମାନଙ୍କ ସୁନ୍ଦରତା ତଥା ଅଭିନୟର ଯାଦୁଗରୀ ଏବେ ବି ଲୋକଙ୍କୁ ବାନ୍ଧି ରଖିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଅଭିନେତ୍ରୀ ନିଜର ନାମ ପରିବର୍ତ୍ତନ କରିଛନ୍ତି । ଆପଣମାନେ ସେମାନଙ୍କୁ ଯେଉଁ ନାମରେ ଜାଣନ୍ତି ତାହା ସେମାନଙ୍କର ପ୍ରକୃତ ନାଁ ନୁହେଁ । ତେବେ ଆସନ୍ତୁ ଜାଣିବା ବଲିଉଡ଼ର ସେହି ଖ୍ୟାତନାମା ଅଭିନେତ୍ରୀଙ୍କ ସମ୍ପର୍କରେ ଯିଏ ନିଜର ମୂଳ ନା ପରିବର୍ତ୍ତନ କରିଛନ୍ତି । ଆସନ୍ତୁ ଜାଣିବା ରିଲ୍‌ ପାଇଁ ରିଅଲ୍‌ ନେମ୍‌ ବଦଳାଇଥିବା ଅଭିନେତ୍ରୀମାନଙ୍କ ସମ୍ପର୍କରେ…

  • ମଧୁବାଲା

Madhubala_Mobile News 24X7

ଏହି ଲିଷ୍ଟର ପ୍ରଥମରେ ଅଛନ୍ତି ଦିଗଜ୍ଜ ଅଭିନେତ୍ରୀ ମଧୁବାଳା । ଯାହାଙ୍କର ସୌନ୍ଦର୍ଯ୍ୟର ଚର୍ଚ୍ଚା ଅଜି ବି ବଲିଉଡ଼ରେ ହେଉଛି । ମଧୁବାଳା ହେଉଛନ୍ତି ସେହି ନାୟିକା ଯାହାଙ୍କୁ ପରଦାରେ ଦେଖିବା ପରେ ପ୍ରଶଂସକମାନେ ନିଜର ହୋସ୍ ହରାଉଥିଲେ । କିନ୍ତୁ କଣ ଆପଣ ଜାଣନ୍ତି କି ମଧୁବାଲା ମୁସଲିମ୍ ଥିଲେ । ଆଉ ତାଙ୍କର ବାସ୍ତବ ନାଁ ଥିଲା ମୁମତାଜ୍ ବେଗମ୍ । ସେ ବଲିଉଡ୍‌ରେ ଆସିବା ପାଇଁ ନିଜର ନାଁ ବଦଳାଇ ମଧୁବାଲା ରଖିଥିଲେ ।

  • ରୀନା ରାୟ

Reena Roy_Mobile News 24X7

ବଲିଉଡ୍‌ର ସୁପର ଟ୍ୟାଲେଣ୍ଟଡ୍‌ ଅଭିନେତ୍ରୀ ରୀନା ରାୟ । ତାଙ୍କର ଅଭିନୟ ପାଇଁ ଆଜି ବି ସେ ବହୁ ପ୍ରଶଂସକଙ୍କ ହୃଦୟରେ ଘର କରିଛନ୍ତି । କଣ ଆପଣ ଜାଣନ୍ତି କି ? ରୀନା ରୟ ମଧ୍ୟ ଜଣେ ମୁସ୍‌ଲିମ୍ ପରିବାରର ଅଟନ୍ତି । ଏହା ଖୁବ୍ କମ୍ ଲୋକ ଜାଣନ୍ତି । ରୀନାଙ୍କ ବାସ୍ତବ ନାଁ ସାୟରା ଅଲ୍ଲୀ ଅଟେ। ଏ ମଧ୍ୟ ଅଭିନୟ ଦୁନିଆକୁ ଆସିବା ପାଇଁ ନିଜ ନାମ ବଦଳାଇଥିଲେ ।

  • ତବ୍ୱୁ

Tabbu_Mobile News 24X7

ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ତବ୍ୱୁଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ରହିଛି । ବହୁତ୍ କମ୍ ଲୋକ ଜାଣନ୍ତି ଯେ ତବ୍ୱୁ ମଧ୍ୟ ଜଣେ ମୁସ୍‌ଲିମ୍ ଅଟନ୍ତି । ତାଙ୍କର ପ୍ରକୃତ ନାଁ ହେଉଛି ତବ୍ସୁମ୍ ଫାତିମା ହାଶମୀ । ତବ୍ୱୁ ଫିଲ୍ମ “ହମ୍ ନୌଜବାନ”ରେ ବଲିଉଡ୍‌ ଡେବ୍ୟୁ କରିଥିଲେ ।

  • ମାନ୍ୟତା ଦତ୍ତ

Manyata Dutta_Mobile News 24X7

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ଏହି ଲିଷ୍ଟରେ ରହିଛନ୍ତି । ସେ ଫିଲ୍ମ ଗଙ୍ଗାଜଳରେ ଆଇଟମ୍ ଡ଼ାନ୍ସ କରି ସମସ୍ତଙ୍କ ମନମୋହିଥିଲେ । କିନ୍ତୁ ଆପଣ ଜାଣନ୍ତି କି ମାନ୍ୟତାଙ୍କ ପ୍ରକୃତ ନା ଦିଲନୱାଜ ଶେଖ ବୋଲି । ମାନ୍ୟତା ସଞ୍ଜୟଙ୍କ ତୃତୀୟ ପତ୍ନୀ ଅଟନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com