କ୍ରୀଡ଼ା

IPLର ହଜାରେ ମ୍ୟାଚ୍‌

ଘରୋଇ ଲିଗରେ ସୃଷ୍ଟି ହେଲା ବିଶ୍ୱ ରେକର୍ଡ

ଭୁବନେଶ୍ୱର, ୦୧/୦୫/୨୦୨୩ –    ବିଶ୍ୱର ସବୁଠାରୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ ବା IPL । ଦେଶରେ ନୂଆ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟରେ ୨୦୦୮ରେ ଆରମ୍ଭ ହୋଇଥିଲା ଏହି ଅନନ୍ୟ ଅଭିଯାନ । ବିଗତ ୧୫ ବର୍ଷ ମଧ୍ୟରେ ମୋଟ ୧୫ଟି ଦଳ ଏହି ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ସାରିଛନ୍ତି । ଏଥି ମଧ୍ୟରୁ କିଛି ଦଳ ସମ୍ପୂର୍ଣ୍ଣ IPL ଛାଡି ଦେଇଥିବାବେଳେ ଆଉ କିଛି ଦଳ ପ୍ରଥମରୁ ଏପର୍ଯ୍ୟନ୍ତ ରହି ଆସିଛନ୍ତି । ତେବେ ଏହା ଭିତରେ ଏପ୍ରିଲ ୩୦ରେ ଆଇପିଏଲ ସଫଳତାର ସହ ତାର ୧୦୦୦ଟି ମ୍ୟାଚ ଶେଷ କରିଛି ।

ତେବେ ଆସନ୍ତୁ ନଜର ପକାଇବା ଇତି ମଧ୍ୟରେ ଆଇପିଏଲରେ ସୃଷ୍ଟି ହୋଇଥିବା କିଛି ରେକର୍ଡ ଉପରେ –

  • ଆଇପିଏଲର ସବୁଠୁ ଅଧିକ ଦଳଗତ ସ୍କୋର ହେଉଛି ୨୬୩ । ଏହି ରେକର୍ଡ ବାଙ୍ଗାଲୋର କରିଥିଲା
    ଆଇପିଏଲରେ ଏପର୍ଯ୍ୟନ୍ତ ଯେକୌଣସି ୱିକେଟ ପାଇଁ ସର୍ବାଧିକ ପାର୍ଟନରସିପ ହେଉଛି ୨୨୯ ରନ୍ । ଯାହା ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସଙ୍କ ମଧ୍ୟରେ ହୋଇଥିଲା ।
  • ଆପିଏଲର ଗୋଟିଏ ଓଭରରୁ ଏପର୍ଯ୍ୟନ୍ତ ୩୭ ରନ ଆଦାୟ କରାଯାଇଛି । ଯାହା ୨ ଥର ଘଟିଛି । କ୍ରିସ ଗେଲ ଏବଂ ରବିନ୍ଦ୍ର ଜାଡେଜା ଏହାକୁ ସମ୍ଭବ କରି ଦେଖାଇଛନ୍ତି ।
  • ସବୁଠାରୁ ଦ୍ରୁତ ହାଫ୍ ସେଞ୍ଚୁରୀ ୧୪ ବଲରୁ କରାଯାଇଛି । ଏହି ରେକର୍ଡ ଲୋକେଶ ରାହୁଲଙ୍କ ନାମରେ ରହିଛି
    ଆଇପିଏଲର ଫାଷ୍ଟେଷ୍ଟ ସେଞ୍ଚୁରୀ ୩୦ ବଲରେ କରାଯାଇଛି । ଏହି ରେକର୍ଡର ଅଧିକାରୀ ହେଉଛନ୍ତି କ୍ରିସ୍ ଗେଲ।
  • ଆଇପିଏଲରେ ସବୁଠୁ ଅଧିକ ଷ୍ଟ୍ରାଇକ ରେଟ ହେଉଛି ୧୭୫. ୩୭ । ଆନ୍ଦ୍ରେ ରସେଲ ନିଜ ନାମରେ ଏହି ରେକର୍ଡ ରଖିଛନ୍ତି ।
  • ଆଇପିଏଲରେ ସବୁଠାରୁ ଲମ୍ବା ଛକାର ଦୂରତା ୧୨୫ ମିଟର ରହିଛି । ଆଲବି ମୋର୍କେଲ ଏହି ଛକା ମାରିଥିଲେ ।
  • ଆଇପିଏଲର ସବୁଠୁ ଭଲ ଆଭରେଜ୍ ୪୭.୧୭ ରହିଛି । ଏହି ରେକର୍ଡ କେଏଲ ରାହୁଲଙ୍କ ନାମରେ ରହିଛି ।
  • ଆଇପିଏଲରେ ସବୁଠୁ ମହଙ୍ଗା ସ୍ପେଲରେ ବ୍ୟୟ ହୋଇଛି ୭୦ ରନ୍ । ଏହି ଅଲୋଡା ରେକର୍ଡ ରହିଛି ବାସିଲ ଥମ୍ପିଙ୍କ ନାମରେ ।
  • ଆଇପିଏଲରେ ଏପର୍ପ୍ୟନ୍ତ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଛି ୧୭୫ ରନ ।
  • ଆଇପିଏଲରେ ଏପର୍ପ୍ୟନ୍ତ ବେଷ୍ଟ ବୋଲିଂ ଫିଗର ହେଉଛି ୧୨ ରନରେ ୬ ୱିକେଟ ନେବା । ଆଲ୍ଲାରି ଜୋସେଫଙ୍କ ନାମରେ ଏହି ରେକର୍ଡ ରହିଛି ।
  • ଆଇପିଏଲରେ ସବୁଠୁ କମ୍ ସ୍କୋର ହେଉଛି ୪୯ ରନ୍ । ବାଙ୍ଗାଲୋର ନାମରେ ଏହି ଅଲୋଡା ରେକର୍ଡ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com