ଅନ୍ୟାନ୍ୟ

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପତ୍ନୀ ଯୁଦ୍ଧକୁ ନେଇ ସେୟାର କଲେ ଭାବପ୍ରବଣ ପୋଷ୍ଟ, କହିଲେ- ଦେଶ ଛାଡିବୁନି.. ଋଷିଆ ବିରୋଧରେ ଲଢିବୁ

ନୂଆଦିଲ୍ଲୀ  : ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷିଆ ସେନା କ୍ରମାଗତ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରୁଛି। କିନ୍ତୁ ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନୁହେଁ। ରାଷ୍ଟ୍ରପତି କହିଛନ୍ତି- ଆମେ ଉଚିତ୍‌ ଜବାବ୍‌ ଦେବୁ , ପଛକୁ ହଟିବୁ ନାହିଁ… ଆମର ହିଁ ବିଜୟ ହେବ । ରାଷ୍ଟ୍ରପତି ଜେଲେନସ୍କି ତାଙ୍କ ସାହସିକତା ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଲୋକମାନେ ଜେଲେନସ୍କି ଏବଂ ତାଙ୍କ ପରିବାର ବିଷୟରେ ମଧ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ପତ୍ନୀ ଏକ ଭାବପ୍ରବଣ ନୋଟ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।
ତେବେ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଜେଲେନସ୍କିଙ୍କ ପତ୍ନୀ ପ୍ରଥମ ଥର ପାଇଁ ଏକ ଫଟୋ ସେୟାର କରିଛନ୍ତି ଏବଂ ଏହା ସହ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ୟୁକ୍ରେନ୍‌ରେ ଯାହା ଘଟୁଛି ..କିଭଳି ପରିସ୍ଥିତି ରହିଛି, ସେଠାରେ କିଭଳି ଜୀବନ ଅତିବାହିତ ହେଉଛି କହିଛନ୍ତି । ଏହା ସହ ସେ ତାଙ୍କ ଦେଶ ଓ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରିଛନ୍ତି। ଇନଷ୍ଟାଗ୍ରାମରେ ରାଜଧାନୀ କୀବ୍‌ର ଜନ୍ମ ହୋଇଥିବା ଏକ ଶିଶୁର ଫଟୋ ସେୟାର କରି ସେ ଲେଖିଛନ୍ତି କି -ଏହି ଶିଶୁଟି କୀବ୍‌ର ବଙ୍କରରେ ଜନ୍ମ ହୋଇଛି। ଯାହା ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଭାବରେ ଏକ ଶାନ୍ତିପୂର୍ଣ୍ଣ ପରିବେଶରେ ଜନ୍ମ ହେବା ଉଚିତ୍। ଏହି ପିଲାମାନେ ଶାନ୍ତ ପରିବେଶରେ ଦେଖିବା ଉଚିତ୍ ।
ଏହାକୁ ନେଇ ଆହୁରି ମଧ୍ୟ ଲେଖିଛନ୍ତି ଯେ ସବୁଠାରୁ ବଡ କଥା ହେଉଛି ଯୁଦ୍ଧ ସତ୍ତ୍ବେ ରାସ୍ତାରେ ପିଲାଙ୍କ ପାଖରେ ଡାକ୍ତରମାନେ ଯତ୍ନ ନେଉଥିଲେ। କେବଳ ଏତିକି ନୁହେଁ ସୈନ୍ୟମାନେ ପୀଡିତଙ୍କ ପାଇଁ ରକ୍ତ ଦାନ କରିଥିଲେ ଏବଂ ଶତ୍ରୁ ଗାଡିର ଗତିବିଧି ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଓଲେନା ମଧ୍ୟ କହିଛନ୍ତି କି ଦେଶ ଛାଡିବାର ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି କି ସେ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ୟୁକ୍ରେନରେ ରହି ଋଷିଆ ବିରୋଧରେ ଲଢିବେ।

Related Articles

Back to top button