କ୍ରୀଡ଼ା

ଅଭ୍ୟାସ ବେଳେ କ୍ରିକେଟର ଏସ୍‌. ଶ୍ରୀସନ୍ତ ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଏସ୍ ଶ୍ରୀସନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୀର୍ଘଦିନ ପରେ କ୍ରିକେଟ୍‌କୁ ଫେରିଥିବା ଶ୍ରୀସନ୍ତ ରଣଜୀ ଟ୍ରଫି ଖେଳିଥିଲେ । ତେବେ ରଣଜୀ ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ । ତେବେ ଅଭ୍ୟାସ ବେଳେ ଶ୍ରୀସନ୍ତ ଆହତ ହୋଇଥିବା ଜଣାପଡିଛି । ଯାହା ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି ।
ଅଭ୍ୟାସ ବେଳେ ଏସ୍‌ ଶ୍ରୀସନ୍ତ ଆହତ ହୋଇଥିବା ନେଇ ତାଙ୍କର ଜଣେ ବନ୍ଧୁ ଇନଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଶ୍ରୀସନ୍ତ ହସ୍ପିଟାଲ ବେଡ୍‌ରେ ଶୋଇଛନ୍ତି । ତାଙ୍କର ସୁସ୍ଥ କାମନା କରିବା ସହିତ ପୁଣିଥରେ କ୍ରିକେଟ୍‌ ପଡିଆକୁ ଫେରିବା ନେଇ ଆଶାବାଦୀ ଅଛନ୍ତି ବନ୍ଧୁ ପରିଜନ ।
ଏସ୍‌ ଶ୍ରୀସନ୍ତ ମଧ୍ୟ ଆହତ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ । ଫଟୋ ସେୟାର କରି ସେ କହିଥିଲେ, ‘ଅଭ୍ୟାସ ବେଳେ ଗମ୍ଭୀର ଭାବେ ଆହତ ହୋଇଛି । ଚାଲିବା ମଧ୍ୟ ମୁସ୍କିଲ ହୋଇପଡିଛି’ । ଆହତ ହେବା ପରେ କେରଳର ଆଗାମୀ ମ୍ୟାଚ୍‌ ପାଇଁ ଦଳରୁ ବାଦ୍‌ ପଡିଛନ୍ତି ଶ୍ରୀସନ୍ତ ।
୩୯ ବର୍ଷୀୟ ଶ୍ରୀସନ୍ତ କେରଳ ପକ୍ଷରୁ ରଣଜୀ ଟ୍ରଫି ଖେଳୁଛନ୍ତି । ଆସନ୍ତା ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ ପାଇଁ ସେ ଦଳରେ ସାମିଲ ହେବେ ନାହିଁ । ଆସନ୍ତା ଆଇପିଏଲ ନିଲାମୀରେ ମଧ୍ୟ ସେ ଭାଗ ନେଇଥିଲେ ଏବଂ ତାଙ୍କର ବେସ୍‌ ପ୍ରାଇସ୍‌ ଥିଲା ୫୦ ଲକ୍ଷ ଟଙ୍କା । ତେବେ ଏସ୍‌ ଶ୍ରୀସନ୍ତଙ୍କୁ କୌଣସି ବି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଣିନଥିଲେ । ଶେଷ ଥର ପାଇଁ ସେ ଭାରତ ପକ୍ଷରୁ ୨୦୧୧ ଦିନିକିଆ ବିଶ୍ବକପ ଖେଳିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com