ଓଡ଼ିଶା

କପିଳାସ ପୀଠରେ ସରିଲା ଜାଗର ଯାତ୍ରା, ଭକ୍ତ ଦେଖିଲେ ପ୍ରଭୁଙ୍କ ଦୁର୍ଲଭ ନାଗାଭରଣ ବେଶ

ଢେଙ୍କାନାଳ : କୋଭିଡ଼ କଟକଣାରେ ଢେଙ୍କାନାଳର ପ୍ରସିଦ୍ଧ ଶିବପୀଠ କପିଳାସରେ ଜାଗର ଯାତ୍ରା ସମ୍ପନ୍ନ । ଭୋର ୪ଟା ୨୫ ମିନିଟରେ ମନ୍ଦିର ଚୁଡ଼ାକୁ ଉଠିଲା ମହାଦୀପ । ଦୁର୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ ।
ନୀତିକାନ୍ତି ମୁତାବକ, ମହାପ୍ରଭୁଙ୍କର ଚାରି ପ୍ରହାରରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା ।  ସନ୍ଧ୍ୟା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିଥିବା ଦେଖାଯାଇଥିଲା । ପୂର୍ବରୁ ନୀତି ନିର୍ଘଣ୍ଟ ମୁତାବକ ଭୋର ୩ଟା ୫୫ରେ ମହାଦୀପ ମନ୍ଦିର ବେଢ଼ା ପରିକ୍ରମା ଆରମ୍ଭ ହୋଇଥିଲା । ଭୋର ୪ଟା ୨୫ମିନିଟରେ ପ୍ରସିଦ୍ଧ ଶୈବପୀଠର ମୁଖ୍ୟ ସେବାୟତ ମନ୍ଦିର ଚୂଡାକୁ ମହାଦୀପ ଉଠାଇଥିଲେ ।
ଏହି ଅବସରରେ ଘଣ୍ଟ ଘଣ୍ଟା ଓ ଭକ୍ତଙ୍କ ହରିବୋଲ-ହୁଳହୁଳି ସାଙ୍ଗକୁ ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର କପିଲାସ । ପରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦୁର୍ଲଭ ନାଗାଭରଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com