ଜାତୀୟମନୋରଞ୍ଜନ

ବିଦେଶରେ ସ୍ବାମୀ ନିକ୍‌ଙ୍କ ସହ ଶିବରାତ୍ରୀ ପୂଜା କଲେ ପ୍ରିୟଙ୍କା, ସେୟାର କଲେ ଫଟୋ..

ନୂଆଦିଲ୍ଳୀ () ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହିଲେ ବି ତାଙ୍କ ଦେଶୀ ଅନ୍ଦାଜକୁ କେବେ ବି ଭୁଲି ନାହାନ୍ତି । ଭାରତର ସଂସ୍କୃତିକୁ ବିଦେଶରେ ମଧ୍ୟ ପାଳୁଛନ୍ତି । ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ଥିବା ଫଟୋ ହିଁ ଏହାକୁ ଦର୍ଶାଉଛି । ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ମହା ଶିବରାତ୍ରି ପାଳନ କରିଛନ୍ତି।

ପ୍ରିୟଙ୍କା ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ସେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା-ନିକ୍‌ ପ୍ରଭୁ ଶିବଙ୍କ ପ୍ରତିମା ସାମ୍ନାରେ ବସି ପୂଜା କରୁଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ନିକ ଏକ ଧଳା ରଙ୍ଗର ପୋଷାକ ପନ୍ଧିଥିଲେ। ସାମ୍ନାରେ ଶିବର ଫଟୋ ସହ ପୂଜାରୀ ମଧ୍ୟ ବସିଛନ୍ତି। ଏହି ଫଟୋକୁ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମହା ‘ଶିବରାତ୍ରି କି ହାର୍ଦ୍ଦିକ ଶୁଭକାମନାୟେ’।

Related Articles

Back to top button