ଓଡ଼ିଶା

ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ବିଳମ୍ବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଢ଼େଙ୍କାନାଳ ସାଂସଦ

ଅନୁଗୁଳ: ଶେଷ ହେବାର ନାଁ ଧରୁନି କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ । ସଂପ୍ରସାରଣ କାର୍ଯ୍ୟ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ । ଏହି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢ଼େଙ୍କାନାଳ ସାଂସଦ ମହେଶ ସାହୁ । ବଅଁରପାଳଠାରେ ଜାତୀୟ ରାଜପଥ ଅବରୋଧ କରିବା ସହିତ ଢ଼େଙ୍କାନାଳର ଶ୍ୟାମାଚରଣପୁରରେ ମାଲବାହୀ ଟ୍ରେନ ଚଳାଚଳକୁ ରୋକାଯାଇଛି । ସେହିପରି ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି ।
ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ତୁରନ୍ତ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି । ଏହି ଆନ୍ଦୋଳନରେ ବଜାର କମିଟି ସହ ତାଳଚେର ଓ ଅନୁଗୁଳର ଶତାଧିକ ଲୋକ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଯୋଗାଇ ଦେଇଛନ୍ତି । କାମ ପାଇଁ ଟଙ୍କା ମଧ୍ୟ ଆସିସାରିଛି । କିନ୍ତୁ ଠିକା ସଂସ୍ଥାର ଅବହେଳା ପାଇଁ ଲକ୍ଷ ଲକ୍ଷ ଲୋକ ସମସ୍ୟା ଭୋଗୁଛନ୍ତି । ଅନୁଗୁଳ ଓ ଢେଙ୍କାନାଳ ମଧ୍ୟରେ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଉଛି । ଏଣୁ ତୁରନ୍ତ ଏହି ଜାତୀୟ ରାଜପଥ କାମ ସାରିବାକୁ ଦାବି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com