ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରୋଡ ମାର୍ଶଙ୍କ ପରଲୋକ, ୭୪ ବର୍ଷରେ ହୃଦଘାତରେ ଦେହାନ୍ତ
ନୂଆଦିଲ୍ଲୀ () ଆଜିଠାରୁ ଅଷ୍ଟ୍ରେଲିୟ-ପାକିସ୍ତାନ ଐତିହାସିକ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । କିନ୍ତୁ, ମ୍ୟାଚ ପୂର୍ବରୁ କ୍ରିଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଶକ୍ତିଶାଳୀ ୱିକେଟ୍ କିପର ରୋଡ୍ ମାର୍ଶଙ୍କ ସହଙ୍କ ପରଲୋକ । ଅଷ୍ଟ୍ରେଲିଆର ଏହି ପୂର୍ବତନ ୱିକେଟ୍ କିପର ଗତ ସପ୍ତାହରେ କୁଇନ୍ସଲ୍ୟାଣ୍ଡରେ ହୃଦଘାତରେ ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
We are deeply saddened by the passing of Rod Marsh.
A brilliant wicketkeeper and hard-hitting batter, Rod’s contribution to Australian cricket was outstanding and he will be truly missed.
Our thoughts are with his wife Ros, children Paul, Dan and Jamie and his many friends. pic.twitter.com/DXR0rEyZjx
— Cricket Australia (@CricketAus) March 4, 2022
ଏଡିଲେଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆ ପାଇଁ ୯୬ ଟେଷ୍ଟ ଖେଳିଥିବା ରୋଡ୍ ମାର୍ଶଙ୍କ ୩ ପିଲା ଏବଂ ପତ୍ନୀ ରସ ଅଛନ୍ତି । ୭୪ ବର୍ଷୀୟ ମାର୍ଶ, ବୁଲ୍ସ ମାଷ୍ଟର୍ସ ଚ୍ୟାରିଟି ଗ୍ରୁପ୍ ପାଇଁ ଏକ କାର୍ଯ୍ୟକ୍ରମ ପାଇଁ ଗତ ସପ୍ତାହରେ ବୁନ୍ଦାବର୍ଗ ଯାଇଥିଲେ ।
ଅଷ୍ଟ୍ରେଲୀୟ କ୍ରିକେଟ୍ ରେ ରୋଡ୍ ମାର୍ଶ୍ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ସେ ୧୯୭୦ ରୁ ୧୯୮୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୯୬ ଟି ଟେଷ୍ଟ ଖେଳିଥିଲେ । ଯେଉଁଥିରେ ସେ ୱିକେଟ୍ ପଛରେ ୩୫୫ ୱିକେଟ୍ ବ୍ୟତୀତ ୩,୬୩୩ ରନ୍ ସଂଗ୍ରହ କରିଥିଲେ । ସେ ODI ରେ ଅଷ୍ଟ୍ରେଲିଆ ପାଇଁ ୯୨ ଖେଳିଛନ୍ତି, ଯେଉଁଥିରେ ସେ ୧୨୨୫ ରନ ସ୍କୋର କରିଛନ୍ତି ।