ମାଲିକାଣୀଙ୍କ ଆଖିରେ ସହାୟିକା ଢାଳିଦେଲେ ପାଇଖାନା ସଫେଇ ପାଇଁ ବ୍ୟବହୃତ ହର୍ପିକ, ଲୁଟୁଥିଲେ ସୁନାଗହଣା
![](https://i0.wp.com/odia.mobilenews24x7.com/wp-content/uploads/2022/03/afff.jpg?resize=640%2C319&ssl=1)
ହାଇଦ୍ରାବାଦ() ମାଲିକାଣୀଙ୍କ ଆଖି ଖରାପ ଥିବାରୁ ତାଙ୍କ ଆଖିରେ ଢାଳିଦେଲେ ପାଇଖାନା ସଫେଇ ପାଇଁ ବ୍ୟବହୃତ ହେଉଥିବା ହର୍ପିକ | ହାଇଦ୍ରାବାଦରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଘରୋଇ ସହାୟିକା ସୁନାଗହଣା ଲୁଟିବାକୁ କେତେ ନିମ୍ନସ୍ତରକୁ ଯାଇପାରନ୍ତି ତାହା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ହାଇଦ୍ରାବାଦର ନାଚାରାମରେ ଥିବା ଏକ ଆପାର୍ଟମେଣ୍ଟରେ ହେମବତୀ ନାମକ ବୃଦ୍ଧ ମହିଳା ଏକୁଟିଆ ରହୁଥିଲେ। ତାଙ୍କ ପୁଅ ଶଶିଧର ଲଣ୍ଡନରେ ରହୁଥିବାରୁ ମାଙ୍କ ଯତ୍ନ ନେବା ପାଇଁ ପୁଅ ଅଗଷ୍ଟ ୨୦୨୧ରେ ଭାର୍ଗବୀ ନାମକ ଘରୋଇ ସହାୟିକାଙ୍କୁ ନିଯୁକ୍ତ କରିଥିଲେ |
ସେହି ଦିନଠାରୁ, ଭାର୍ଗବୀ ଓ ତାଙ୍କ ସାତ ବର୍ଷର ଝିଅ ବୃଦ୍ଧାଙ୍କ ସହ ରହୁଥିଲେ | ଅକ୍ଟୋବର ୨୦୨୦ରେ, ହେମବତୀ ତାଙ୍କ ଆଖିରେ ଯନ୍ତ୍ରଣା ହେଉଥିବାର କହିବା ପରେ ଭାର୍ଗବୀଙ୍କ ମୁଣ୍ଡକୁ ଚୋରି କରିବାର ଉପାୟ ଜୁଟିଥିଲା | ଏହା ପରେ ସେ ବାଥରୁମକୁ ସଫା ପାଇଁ ବ୍ୟବହୃତ ହେଉଥିବା ହର୍ପିକକୁ ପାଣିରେ ମିଶାଇ ତାଙ୍କ ଆଖିରେ ପକାଇଦେଇଥିଲେ | କିଛି ଦିନ ପରେ ହେମବତୀ ତାଙ୍କ ପୁଅକୁ କହିଥିଲେ ଯେ ତାଙ୍କ ଆଖିରେ ସଂକ୍ରମଣ ହୋଇଯାଇଛି |ଏହାପରେ ତାଙ୍କ ପୁଅ ଶଶିଧର ହାଇଦ୍ରାବାଦକୁ ଆସି ଏଲ.ଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାକୁ ନେଇଥିଲେ ।
ଆଖି ପରୀକ୍ଷା ପରେ ଡାକ୍ତର କହିଥିଲେ ଯେ ଆଖିରେ କୌଣସି ବିଷାକ୍ତ ପଦାର୍ଥ ଢାଳିଥିବାରୁ ସେ ଦୃଷ୍ଟିଶକ୍ତି ହରାଇଛନ୍ତି। ଏହା ପରେ ପରିବାରସଦସ୍ୟଙ୍କ ସନ୍ଦେହ ବଢିଥିଲା ଏବଂ ସେମାନେ ନିକଟସ୍ଥ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘରୋଇ ସହାୟିକାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୁଲିସ ଭାର୍ଗବୀଙ୍କୁ ଅଟକ ରଖି ପଚରାଉଚରା ବେଳେ ସେ କହିଥିଲା ଯେ ବୃଦ୍ଧ ମହିଳାଙ୍କୁ ଅନ୍ଧ କରି ୪୦,୦୦୦ ଟଙ୍କା, ଦୁଇଟି ସୁନା ଚୁଡ଼ି, ଗୋଟିଏ ସୁନା ଚେନ ସହ ଅନ୍ୟାନ୍ୟ ଅଳଙ୍କାର ଚୋରି କରିଥିଲେ | ପୁଲିସ ମହିଳାଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି।